ଗୁଜରାଟ ମୁଖ୍ୟମନ୍ତ୍ରୀ ଓଡିଶାରେ, ଓଡିଶା ମୁଖ୍ୟମନ୍ତ୍ରୀ ଗୁଜରାଟରେ : ଏଇ ଧାଡିରୁ ସାମ୍ବାଦିକ ସମ୍ମିଳନୀ ଆରମ୍ଭ କଲେ ବିଜୟ ରୂପାଣୀ

Published By : Prameya-News7 Bureau | December 17, 2018 IST

ଭୁବନେଶ୍ବର ୧୭|୧୨: ରାଫେଲ ଡିଲ୍ ଦୁର୍ନୀତି ନେଇ କଂଗ୍ରେସ ମିଛ ଆରୋପ ଲଗାଇଥିବା କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି । ରାହୁଲ ଏଥିପାଇଁ ଦେଶବାଶୀ ଓ ସେନାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ରୂପାଣୀ । ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ଆଜି ବିଭିନ୍ନ ସ୍ଥାନରେ ଏଭଳି ପ୍ରେସମିଟ୍ ଆୟୋଜନ କରିଛି । ପ୍ରେସମିଟ୍ ମାଧ୍ୟମରେ ରାଫଲେ ଡିଲ୍ ନେଇ ଜନମତ ସୃଷ୍ଟି କରୁଛି ବିଜେପି ।

ଭୁବନେଶ୍ବରରେ ଆୟୋଜିତ ପ୍ରେସମିଟ୍ ରେ ଯୋଗ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ଓଡିଶାର ମୁଖ୍ୟମନ୍ତ୍ରୀ ଗୁଜରାଟ ଯାଇଥିବାବେଳେ ସେ ଓଡିଶା ଆସିଛନ୍ତି ବୋଲି ରୂପାଣୀ କହିଛନ୍ତି । । କଂଗ୍ରେସ ରାଫେଲ ଡିଲ୍ ନେଇ ବିଜେପି ଉପରେ ମିଥ୍ୟା ଅଭିଯୋଗ ଆଣିଥିଲା । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ରାଫେଲ ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ । ସୁପ୍ରମକୋର୍ଟଙ୍କ ଆଦେଶକୁ ବିଜେପି ସ୍ବାଗତ କରିଛି । ସତ୍ୟର ଜୟ ହେବା ସହ ମିଥ୍ୟାର ହାର୍ ହୋଇଛି ବୋଲି ସେ କହିଛନ୍ତି ।

ରାଫେଲ ଡିଲ୍ ନେଇ ସୁପ୍ରିମକୋର୍ଟରେ ୪ଟି ଅଲଗା ଅଲଗା ଆବେଦନ କରାଯାଇଥିଲା । ସୁପ୍ରମକୋର୍ଟ ଆବେଦନ ଉପରେ ଶୁଣାଣି କରି ଏଥିରେ ଯାଞ୍ଚର ଆବଶ୍ୟକତା ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏକ ମିଥ୍ୟା ଅଭିଯୋଗ କରି ଦେଶର ଜନତା ଭୂଆଁ ବୁଲାଯାଇଥିଲା । ଏଭଳି କାମ ଦେଶର ସବୁଠୁ ବଡ ପୁରୁଣା ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି କରିଥିଲେ । କଂଗ୍ରେସ ସବୁ ପ୍ରକାର ବାଧା ସୃଷ୍ଟି କରି କରି ଥକିଯିବା ପରେ ରାଷ୍ଟ୍ରୀୟ ସୁରକ୍ଷା ସହ ଖେଳିବା ସହ ନୂଆ କାହାଣୀ ସୃଷ୍ଟି କରିବାକୁ ଲାଗିଲା । ରାଫେଲ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ତଥ୍ୟ ସଠିକ୍ ଏବଂ ରାହୁଲ ଗାନ୍ଧିଙ୍କ ଦ୍ବାରା ଦିଆଯାଇଥିବା ସମସ୍ତ ତଥ୍ୟ ଭୁଲ୍ ପ୍ରମାଣିତ ହୋଇଥିଲା  । ରାହୁଲ ଗାନ୍ଧି ସବୁ ଯାଗାରେ ମିଛ କହିଛନ୍ତି । ରାହୁଲଙ୍କ ମିଛ ଜନତାଙ୍କ ସମ୍ମୁଖରେ ଧରାପଡିଯାଇଛି । କଂଗ୍ରେସ ଅଧ୍ୟକ୍ଷ ତାଙ୍କ ଦଳର ତତ୍କାଳ ଫାଇଦା ପାଇଁ ମିଛର ସାହାରା ନେଇଥିଲେ । ମିଛର ରାଜନୀତି ସେ ପ୍ରସ୍ତାବିତ କରିଛନ୍ତି । ସାରା ଦୁନିଆରେ ଏଭଳି ଲୋକତନ୍ତ୍ର ରହିଛି ନେତା ନିଜର ମିଛ ଧରାପଡିଯିବା ପରେ ନିଜର ପଦ ଛାଡି ଦେଇଥାଏ । ରାହୁଲ ଗାନ୍ଧିଙ୍କୁ ମଧ୍ୟ ତାଙ୍କ ପଦ ଛାଡି ଦେବା ଉଚିତ୍ । ରାହୁଲଙ୍କୁ ଦେଶର ଜନସାଧାରଣ ଏବଂ ସେନାକୁ ମଧ୍ୟ କ୍ଷମା ମାଗିବା ଉଚିତ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ୧୯ ବର୍ଷ ପର୍ଯ୍ୟନ୍ତ ଗୁଜରାଟ ଯାଇନଥିଲେ କି ତାଙ୍କର ଓଡିଆ ଲୋକଙ୍କ କଥା ମନେ ପଡୁନଥିଲା । ଆମ ସରକାର ଓଡିଆ ଲୋକଙ୍କ କଥା ଚିନ୍ତା କରୁଛନ୍ତି ବୋଲି ରୁପାଣୀ କହିଛନ୍ତି । ସେହିପରି  ଆୟୁଷ୍ମାନ ଯୋଜନାନେଇ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିବା ଦରକାର, ଯାହା ଦ୍ବାରା ଗୁଜରାଟର ଓଡିଆ ବି ଲାଭ ପାଇବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୁଜରାଟରେ ଥିବା ଓଡିଆ ଲାଭ ପାଇପାରିବେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.