Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର : ଗୁଜୁରାଟ ପଲିଟିକ୍ସରେ ହାଇଡ୍ରାମା

11/09/2021 at 3:29 PM

ଅହମଦାବାଦ ୧୧/୦୯ : ଗୁଜୁରାଟ ରାଜନୀତି ଗୁରୁତ୍ବପୂର୍ଣ୍ଣ ମୋଡ ନେଇଛି । ମୁଖ୍ୟମନ୍ତ୍ରୀ ପଦରୁ ଉସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ରାଜ୍ୟପାଳଙ୍କ ନିକଟରୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ ।

ସୂଚନାଯୋଗ୍ୟ, ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର୍‌ ପାଟିଲଙ୍କ ସହିତମ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମତଭେଦ ଥିଲା । ଏହି କାରଣରୁ ସେ ଇସ୍ତଫା ଦେଇଥାଇପାରନ୍ତି ବୋଲି କୁହାଯାଉଛି । ଭାରତୀୟ ରାଜନୀତିରେ ଗୁଜୁରାଟ ଏକ ପ୍ରମୁଖ ରାଜ୍ୟ ହୋଇଥିବାରୁ ସମସ୍ତଙ୍କ ଫୋକସ୍‌ରେ ରହିଥାଏ ଗୁଜୁରାଟ । ଏବେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ରୂପାଣୀ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ ରୂପାଣୀ । ସେ କହିଛନ୍ତି, ‘ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ମୋତେ ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ । ସମୟ ଅନୁସାରେ କର୍ମୀଙ୍କ ଦାୟିତ୍ବ ପରିବର୍ତ୍ତନ କରେ ଦଳ । ସେହି ଅନୁସାରେ ଦଳ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦେଇଛି । ଆଗକୁ ଦଳ ଯେଉଁ ଦାୟିତ୍ବ ଦେବ ତାହା ପାଳନ କରିବି ।’

୨୦୧୬ ମସିହା ଅଗଷ୍ଟ ୭ ତାରିଖରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବିଜୟ ରୂପାଣୀ । ତେବେ ବିଜୟଙ୍କ ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ରହିଥିବା ବେଳେ କେନ୍ଦ୍ରୀୟ ରାଜନୀତିରେ ଏହାର ପ୍ରଭାବ ପଡିବା ଏକ ପ୍ରକାର ନିଶ୍ଚିତ । କାରଣ କେନ୍ଦ୍ରୀୟ ରାଜନୀତିରେ ଗୁଜୁରାଟ ସବୁବେଳେ ଫୋକସ୍‌ରେ ରହିଥାଏ । ଏହିଠାରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଆନନ୍ଦୀବେନ୍‌ ପଟେଲ । ଏହାପରେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଏପରିକି ଗୁଜୁରାଟରେ  ୨୦୧୭ ସାଧାରଣ ନିର୍ବାଚନ ପରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପିର ଭେଟେରାନ୍ ଲିଡର ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ନୂଆ ନେତୃତ୍ବଙ୍କୁ ନେଇ ନିର୍ବାଚନ ଲଢିବାକୁ ଯାଉଛି ବିଜେପି । ଗତ କିଛି ମାସ ଧରି ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ରାଜ୍ୟରେ କଡା ଟକ୍କର ଦେଇଛି । କଂଗ୍ରେସ ମଧ୍ୟ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ।

   Related Posts