Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୫ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଯୁବକକୁ ପିଟିପିଟି ମାରିଦେଲେ ପୀଡିତାଙ୍କ ବାପା

22/11/2020 at 5:52 PM

ଅହମ୍ମଦାବାଦ ୨୨/୧୧ : ଗୁଜରାଟର ଭରୁଚ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ଝିଅକୁ ଦୁଷ୍କର୍ମ ମାମଲରେ ଅଭିଯୁକ୍ତକୁ ଦଣ୍ଡ ଦେଇଛନ୍ତି ପୀଡିତାଙ୍କ ପିତା । ସୂଚନା ଅନୁସାରେ ଜଣେ ୧୯ ବର୍ଷିୟ ଯୁବକ ତାଙ୍କ ପଡୋଶୀ ଘରର ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା । ତେବେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପୀଡିତାଙ୍କ ପିତା ଅଭିଯୁକ୍ତ ଯୁବକଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।

ପୋଲିସ ସୂଚନା ମୁତାବକ, ଅଙ୍କଲେଶ୍ବର ସ୍ଥିତ ବୋରଭାଟା ଗାଁରେ ଶୁକ୍ରବାର ଏହି ଘଟଣା ଘଟିଥିଲା । ନାବଳିକାର ବାପା ଅଭିଯୁକ୍ତକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି । ଏସପି ଚିରାଗ ପଟେଲ କହିଛନ୍ତି, ପୀଡିତାଙ୍କ ବାପା ଅଭିଯୁକ୍ତକୁ ନିର୍ଦ୍ଧୁମ ପିଟିବା ପରେ ଅଭିଯୁକ୍ତ ଜଣକ ବେହୋସ ହୋଇଯାଇଥିଲା । ପରେ ତାକୁ ଭରୁଚର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବିଳମ୍ବିତ ରାତିରେ ତାର ମୃତ୍ୟୁ ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ନାବାଳିକାଜଣକ ଚିତ୍କାର କରି ଶୌଚାଳୟରୁ ବାହାରକୁ ଆସିଲା । ଏହା ପରେ ଅଭିଯୁକ୍ତଜଣକ ମଧ୍ୟ ସେହି ଶୌଚାଳୟରୁ ବାହାରକୁ ଆସିଥିବା ନାବାଳିକାଙ୍କ ମା ଦେଖିବାକୁ ପାଇଥିଲେ । ତେବେ ଏହି ଘଟଣାରେ ଉତ୍ତ୍ୟକ୍ତ ନାବାଳିକାଙ୍କ ବାପା ଅଭିଯୁକ୍ତ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ନାବାଳିକାର ବାପାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ଶନିବାର ଗିରଫ କରିଛି ପୋଲିସ ।  ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts