Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||

ପୁଣି ଏକ ବିସ୍ଫୋରଣ : ଗୁଜରାଟର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ, ୩୨ ଆହତ

3/06/2020 at 4:33 PM

ଭରୁଚ ୦୩/୦୬ : ଗୁଜରାଟ ଭରୁଚ ଜିଲ୍ଲାର ଦହେଜ ଇଣ୍ଡଷ୍ଟ୍ରିଆଲ ଏରିଆରେ ଏକ କାରଖାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି | ୟଶସ୍ଵୀ ରସାୟନ ପ୍ରାଇଭେଟ ଲିମିଟେଡ଼ରେ ବିସ୍ଫୋରଣ ହୋଇଥିବା ଜଣାପଡିଛି | ବିସ୍ଫୋରଣରେ ଅନେକ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି | ପାଖାପାଖି ୩୨ ଜଣ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି |

ରିପୋର୍ଟ ଅନୁଯାୟୀ, କୀଟନାଶକ କାରଖାନାରେ ଏହି ବିସ୍ଫୋରଣ ହୋଇଛି | ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି | ତେବେ କାରଖାନାରେ ବିସ୍ଫୋରଣର କାରଣ ଜଣାପଡିନାହିଁ |

ଅଧିକାରୀଙ୍କ କହିବାନୁଯାୟୀ, କମ୍ପାନୀର ଷ୍ଟୋରେଜ ଏରିଆରେ ଦିନ ପାଖାପାଖି ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା | ଯେଉଁଥିପାଇଁ ବିସ୍ଫୋରଣ ହୋଇଥିଲା | ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଖବର ପାଇ ୧୫ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା | ଅଗ୍ନିଶମ ବିଭାଗ ପହଞ୍ଚି ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିଛନ୍ତି | ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି, ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ତାର ଶବ୍ଦ ପାଖାପାଖି ୨୦ କିଲୋମିଟର, ଭବନଗର ଯାଏଁ ଶୁଣାଯାଇଥିଲା |

   Related Posts