ମଧ୍ୟ ପ୍ରଦେଶ ପରେ ଗୁଜରାଟରେ କଂଗ୍ରେସକୁ ଜୋରଦାର ଝଟକା, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୫ ବିଧାୟକ

Published By : Prameya-News7 Bureau | March 15, 2020 IST

ଅହମ୍ମଦାବାଦ ୧୫।୦୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଝଟକା ଲାଗିଛି। ଗୁଜରାଟ କଂଗ୍ରେସର ଚାରି  ବିଧାୟକଙ୍କ ଇସ୍ତଫା ପରେ ଆଉ ଜଣେ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପରି ଗୁଜରାଟର ପାଞ୍ଚ କଂଗ୍ରେସ ବିଧାୟକ ନିଜର ଇସ୍ତଫା ପ୍ରଦାନ କରିଛନ୍ତି।

ଗୁଜରାଟ କଂଗ୍ରେସର ପାଞ୍ଚ ବିଧାୟକ ନିଜର ଇସ୍ତଫା ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ବିଧାନସଭା ବାଚସ୍ପତିଙ୍କ ଜରିଆରେ ଆସନ୍ତାକାଲି ଇସ୍ତଫା ଦେଇଥିବା ବିଧାୟକଙ୍କ ନାମ ଖୁଲାସା ହେବ। ସଂପ୍ରତି ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିବା ବିଧାୟକଙ୍କ ନାମ ସାମ୍ନାକୁ ଆସି ନାହିଁ।

{"id":238819,"sizeSlug":"large"}

ମାତ୍ର ସୂତ୍ର ଅନୁଯାୟୀ ଇସ୍ତଫା ଦେଇଥିବା ପାଞ୍ଚ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଦୁଇ ବିଧାୟକ ଜେଭି କାକଡିଆ ଓ ସୋମାଭାଇ ପଟେଲ ହୋଇ ପାରନ୍ତି କାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ଜଣ  ବିଧାୟକ ଗାଏବ ଅଛନ୍ତି ଏବଂ ଦଳ ସହ କୌଣସି ଯୋଗାଯୋଗ କରୁ ନାହାନ୍ତି। ଏହା ବ୍ୟତୀତ ମଙ୍ଗଳ ଗାବିତ ଓ ପ୍ରଦ୍ୟୁମ୍ନ ସିଂହ ଜାଡେଜାଙ୍କ ନାମ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଥିବାର ସମ୍ଭାବନା ରହିଛି।

ଅନ୍ୟପଟେ କଂଗ୍ରେସ ବିଧାୟକ ପ୍ରବୀଣ ମାରୁ ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି। ପ୍ରବୀଣ ପ୍ରଥମ ବିଧାୟକ ନିଜ ଇସ୍ତଫା ଦେଇଥିବାର ସୂଚନା ଦେଇଛନ୍ତି। ପ୍ରବୀଣ ଦାବି କରିଛନ୍ତି ଯେ, ସେ ଦୁଇ ଦିନ ପୂର୍ବରୁ ଇସ୍ତଫା ଦେଇ ସାରିଛନ୍ତି।

{"id":238820,"sizeSlug":"large"}

ବିଧାୟକ ଜୟପୁର ସ୍ଥାନାନ୍ତର

ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶର ରାଜନୈତିକ ଡ୍ରାମା ମଧ୍ୟରେ ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଗୁଜରାତରେ ସତର୍କତାମୂଳକ ଭାବେ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଶନିବାର କଂଗ୍ରେସର ଗୁଜରାଟର ୧୪ ବିଧାୟକଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ପାଞ୍ଚ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ନିଜର ୨୦-୨୨ ବିଧାୟକଙ୍କୁ ମଧ୍ୟ ଜୟପୁର ସ୍ଥାନାନ୍ତର କରିବ। ସୂତ୍ର ମୁତାବକ ଏହି ପାଞ୍ଚ ବିଧାୟକଙ୍କ ଇସ୍ତଫା ସମେତ କଂଗ୍ରେସର ୧୦ ରୁ ୧୨ ବିଧାୟକ ଇସ୍ତଫା ଦେଇ ପାରନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ କଂଗ୍ରେସରେ ୨୨ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.