ଅଭାବନୀୟ ଘଟଣା: ନାବାଳିକାକୁ ଲଣ୍ଡା କରି ଗାଁ ବୁଲାଥିଲେ ବାପା ସହ ଗ୍ରାମବାସୀ, ୨୨ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | November 14, 2021 IST

ଗୁଜୁରାଟ ୧୪/୧୧: ଗୁଜୁରାଟର ପାଟନରେ ଅଭାବନୀୟ ଘଟଣା । ଏମିତି ଘଟଣାରେ ପୋଲିସ ୨୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁୟାୟୀ ୧୩ ବର୍ଷର ନାବାଳିକାକୁ ଲଣ୍ଡା କରିବା ପରେ ବୁଲାଇଯାଇଥିଲା ।  କେବଳ ସେତିକି ନୁହେଁ ଜଣେ ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ନାବାଳିକାକୁ ମୁହଁରେ କଳା ବୋଳି ଦିଆଯାଇଥିଲା ।

ପୋଲିସ କହିବା ମୁତାବକ ଘଟଣାଟି ହେଉଛି ୧୦ ନଭେମ୍ୱରର । ଗୋଟିଏ ନାବାଳିକାକୁ ତାରି ସମ୍ପ୍ରଦାୟର ୩୫ ଜଣ ଲୋକେ ନିର୍ଯାତନା ଦେଇଛନ୍ତି । ଯେଉଁଥିରେ ନାବାଳିକାର ହାତ ବାନ୍ଧିବା ପରେ ତାକୁ ଲଣ୍ଡା କରିଦିଆଯାଇଛି । ଏହାସହ ମୁହଁରେ କଳା ବି ଲଗାଇ ଗାଁରେ ବୁଲାଯାଇଥିଲା । ତେବେ ଏହା ପୂର୍ବରୁ ଝିଅଟିର ମୁଣ୍ଡରେ ଗରମ ତାଓ୍ୱା ବି ରଖି ଦିଆଯାଇଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ଏହି କାମରେ ତାର ଜନ୍ମକଲା ବାପା ମଧ୍ୟ ଥିଲା । ବାପା ସହ ଆଉ କିଛି ଲୋକେ ମିଶି ଝିଅଟିକୁ ଏପରି ନିର୍ଯାତନା ଦେଇଛନ୍ତି । ଶୁକ୍ରବାର ,ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭଡିଓରେ ଦେଖିବାକୁ ମିଳିଥିଲା ଯ, ଗୋଟିଏ ଝିଅ ସାହାଯ୍ୟ ଲାଗି ନିବେଦନ କରୁଛି । ହେଲେ ତାଙ୍କ ଦୁଃଖ କେହି ଶୁଣିବା ବଦଳରେ ଲୋକେ ଥଟ୍ଟା ପରିହାସ କରୁଥିବା ଦେଖାଯାଉଛି । ଏହାସହ ସେହିଦିନ ଝିଅଟିର ବାପା ଜଣେ ଅନ୍ୟ ପୁରୁଷ ସହ ବିବାହ ବି କରିଦେଇଥିଲା ।

ପୋଲିସ କହିଛି ପାଟନ କଲେକ୍ଟର ପୋଲିସ ଅଧିକ୍ଷକ ଏବଂ ଜିଲ୍ଲା ବାଲ୍ ସଂରକ୍ଷଣ ଗାଁରେ ପହଞ୍ଚି ଘଟଣାରେ ତଦନ୍ତ କରିଛନ୍ତି ।  ଏହି ମାମଲାରେ ୨୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଗକୁ ବି ଅଧିକ ତଦନ୍ତ ଜାରି ରହିଛି । ଭିଡିଓ ଯାଞ୍ଚ ହେବା ପରେ ପୋଲିସ ପୀଡିତା ନାବାଳିକାକୁ ଉଦ୍ଧାର କରିବା ସହ ବୟାନ ରେକର୍ଡ କରିଛି । ଗୋଟିଏ ସଂଗଠନକୁ ନେଇ ଆସିବା ପରେ ତାଙ୍କ ମେଡିକାଲ ଯାଞ୍ଚ କରାଯାଉଛି । ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଏହା ପରେ ଉକ୍ତ ନାବାଳିକାକୁ ବାଳିକା ଗୃହକୁ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.