ଭାରତୀୟ ଇଲାକାକୁ ପଶିଲା ପାକିସ୍ତାନୀ ଜାହାଜ, ୧୨ ଜଣଙ୍କୁ ମାଡି ବସିଲେ ତଟରକ୍ଷୀ ବାହିନୀ

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫।୦୯: ଭାରତୀୟ ତଟରକ୍ଷୀ ବାହିନୀ ହାତରେ ଧରା ପଡିଲା ଭାରତୀୟ ଜଳ ସୀମାରେ ପଶିଥିବା ପାକିସ୍ତାନୀ ଜାହାଜ। ପାକିସ୍ତାନରୁ ଆସିଥିବା ଏହି  ବୋଟ୍‌ରେ ଥିଲେ ୧୨ ଜଣ। ଗୁଜରାଟ ସୀମା ନିକଟରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖୁଥିବା  ଭାରତୀୟ ଜାହାଜ ରତ୍ନାକର ନିଜର ସର୍ଭିଲାନ୍ସ ମିଶନ ସମୟରେ ପାକିସ୍ତାନୀ ଜାହାଜ ଆଲ୍‌ହା ପାଓ୍ଵାଓ୍ଵାକଲକୁ ଠାବ କରି ନେଇଥିଲା। ଭାରତୀୟ ସୀମାରେ ଥିବା ଏହି ପାକିସ୍ତାନୀ ଜାହାଜରେ ୧୨ ଜଣ ଥିଲେ। ତଟରକ୍ଷୀ ବଳର ଯବାନ ତୁରନ୍ତ ଏହି ବୋଟ୍‌କୁ ନିଜ କବଜାକୁ ନେଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଏହି ଜାହାଜକୁ ସର୍ଭିଲାନ୍ସ ମିଶନ ସମୟରେ ଠାବ କରାଯାଇଥିଲା। ବଡ କଥା ଖରାପ ପାଣିପାଗ ସତ୍ତ୍ଵେ ବି ଏହି ପାକିସ୍ତାନ ଜାହାଜ ରତ୍ନାକର ନଜରରୁ ବଞ୍ଚି ପାରିନଥିଲା। ଏହି ଘଟଣାରେ ଆଗାମୀ ଯାଞ୍ଚ ଜାରି ରହିଛି। ଜାହାଜକୁ ଗୁଜରାଟର ଦ୍ଵାରକା ଜିଲ୍ଲାରେ ସ୍ଥିତ ଓଖା ଅଣାଯାଇଛି। ଆଲ୍‌ହା ପାଓ୍ଵାଓ୍ଵାକଲ ନାମକ ଏହି ଜାହାଜରେ କ୍ରୁ ମେମ୍ବର ସହିତ ଥିବା ୧୨ ଜଣଙ୍କୁ ସେନା ଧରିଛନ୍ତି । ଅନ୍ୟଏକ ଘଟଣାକ୍ରମେ ଆଇସିଜି ସେପ୍ଟେମ୍ବର ୧୩ ରାତିରେ ଦୀବରେ ବନକବାର ନିକଟରେ ବୁଡି ଯାଉଥିବା ନୌକାରୁ ସାତ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.