ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି, ବୁଧବାରଠୁ ସେବାୟତ-ପୋଲିସ କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ

Published By : Prameya-News7 Bureau | March 09, 2021 IST

ଭୁବନେଶ୍ୱର ୦୯।୦୩: ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଆସନ୍ତକାଲିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ ।

ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମହାଶିବରାତ୍ରି ଦିନ ୧୨ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଉପରେ ବାରଣ କରାଯାଇଛି ।  

ସେହିଭଳି ସିଂହଦ୍ବାରଠାରୁ ଗର୍ଭଗୃହ ଓ ସାହାଣମେଳା ଦର୍ଶନ ମନା ରହିଛି । ଭଜନ ସମାରୋହରେ ସର୍ବାଧିକ ୫୦୦ ଲୋକ ବସିପାରିବେ। ତେବେ ସମାରୋହ ବେଳେ କୋଭିଡ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ । ଦର୍ଶକଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତାମୂଳକ। ସମାରୋହସ୍ଥଳ ଚାରିପାଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.