Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସରକାରୀ ଅଫିସରେ ନୂଆବର୍ଷ ଉତ୍ସବ ମନା, ସବୁଥିରେ କୋଭିଡ଼ କଟକଣା ; ଗାଇଡ୍‌ଲାଇନ୍‌ ଜାରି କଲେ ସାଧାରଣ ପ୍ରଶାସନ ବିଭାଗ

30/12/2020 at 1:57 PM

ଭୁବନେଶ୍ୱର ୩୦।୧୨: ସରକାରୀ ଅଫିସରେ ନୂଆବର୍ଷ କଟକଣା । ସାମାଜିକ ଦୂରତା ସହ ଭର୍ଚୁଆଲ୍ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ନିର୍ଦ୍ଦେଶ । ଷ୍ଟାପ୍‌ ପରସ୍ପରକୁ ଭେଟି ବା ଅଫିସରକୁ ଭେଟି ଅଭିନନ୍ଦନ ନଜଣାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିପରି ଜାନୁଆରି ମାସରୁ ଟ୍ବିନ୍‌ସିଟିରେ ୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଭୁବନେଶ୍ବର ଓ କଟକରେ ପ୍ରାୟ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ତେବେ ଶନିବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିଛି । ତଥାପି କରୋନାର ଭୟ  ରହିଛି । ସାରାବିଶ୍ୱରେ  କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଓ ପର ଦିନ କୌଣସି ସ୍ଥାନରେ ପାର୍ଟି ଆୟୋଜନ ଉପରେ କଟକଣା ଲଗାଇଥିଲେ ପ୍ରଶାସନ ।  ସେହିପରି ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ ପାର୍ଟି ଆୟୋଜନ ଉପରେ ରୋକ ଲଗାଇଛି ।

   Related Posts