ସ୍କୁଲ୍ରେ ନାମଲେଖା ନେଇ ଗାଇଡ୍ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ
12/06/2020 at 6:09 AM

ଭୁବନେଶ୍ବର୧୨/୬: ସ୍କୁଲ୍ରେ ନାମଲେଖା ନେଇ ଗାଇଡ୍ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଜାରି କରାଯାଇଛି। ନାମଲେଖା ବେଳେ କୋଭିଡ୍ ନିୟମ ପାଳନ ହେବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। କଣ୍ଟେନମେଣ୍ଟ ଜୋନ୍ରେ ଥିବା ସ୍କୁଲରେ ହେବନି ନାମଲେଖା।କଣ୍ଟେନମେଣ୍ଟ ଉଠିଲେ ହେବ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।