Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ସରକାରୀ ଅଫିସ୍ ପାଇଁ ନୂଆ ଗାଇଡ୍ ଲାଇନ୍ : ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଛେପ ପକାଇଲେ ଗଣିବେ ଫାଇନ୍

9/06/2020 at 12:08 PM

ନୂଆଦିଲ୍ଲୀ  ୯।୬: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏବେ ସରକାରୀ ଅଫିସ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସରକାରୀ ଅଫିସରେ ସାମାଜିକ ଦୂରତା ମାନିବାକୁ ନିର୍ଦ୍ଦେଶନାମା ଜାରିକରିଛି ସାଧାରଣ ପ୍ରାଶାସନ ବିଭାଗ ।

ଏହି ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ୟାଳୟରେ ଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କାର୍ଯ୍ୟାଳୟରେ ଥିବାବେଳେ ମାସ୍କ ନପିନ୍ଧିଲେ ଅଫିସିଆଲ ଇନଡିସିପ୍ଲିନ୍ ବୋଲି ଧରାଯିବ ।

ସେହିଭଳି କାର୍ଯ୍ୟାଳୟ ମଧ୍ୟରେ ୨ ମିଟର ସାମାଜିକ ଦୂରତା ପାଳନ ମଧ୍ୟ ଜରୁରୀ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । କାର୍ଯ୍ୟାଳୟ କରିଡରରେ କର୍ମଚାରୀମାନେ ଏକାଠି ହେବାକୁ ମନା କରାଯାଇଛି । କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରାଯିବ । କାର୍ଯ୍ୟାଳୟ କ୍ୟାମ୍ପସ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଇଛି । ଅଫିସ୍ ଭିତରେ ଛେପ ପକାଇଲେ ଫାଇନ୍ ଦେବାକୁ ପଡିବ । ଲିଫ୍ଟ ବଦଳରେ ପାହାଚ ଚଢି ଯିବା ପାଇଁ ଗୁରୁତ୍ବ ଦିଆଯାଇଛି ।

   Related Posts