ବାର୍‌ରେ ବାଉନ୍ସର ନିୟୋଜିତ କରିପାରିବେନି ବାର୍ ମାଲିକ, ଜାରି ହେଲା ଗାଇଡ୍‌ଲାଇନ୍

Published By : Prameya-News7 Bureau | November 01, 2021 IST

ଭୁବନେଶ୍ବର ୧।୧୧: ବାର୍ ଗୁଡିକରେ ବାଉନ୍ସର ନିୟୋଜିତ କରିପାରିବେ ନାହିଁ ବାର୍ ମାଲିକ । ବାର୍ ଗୁଡିକ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍ । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଗାଇଡ୍‌ଲାଇନ୍ ଜାରି କରାଯାଇଛି । ତେବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସୀରୁ କର୍ମଚାରୀ ନିୟୋଜିତ କରିପାରିବେନାହିଁ ବାର୍ ମାଲିକ ।

ଯେଉଁମାନେ ନିୟୋଜିତ ହେବେ ନିକଟସ୍ଥ ଥାନାରେ ସମସ୍ତ ତଥ୍ୟ ରହିବ । ସାଧାରଣ ଗ୍ରାହକଙ୍କୁ ବାଧ୍ୟବଧକତା କରିପାରିବେନାହିଁ ବାଉନ୍ସର ।  ଯଦି କୌଣସି ବାରରେ ଗ୍ରାହକମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବେ ୧୧୨କୁ ଡାଏଲ କରିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି ।

{"id":536751,"sizeSlug":"large","linkDestination":"none"}
{"id":536752,"sizeSlug":"large","linkDestination":"none"}
{"id":536753,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.