ପୂଜା ପାଇଁ ଗାଇଡ୍‌ଲାଇନ୍: ମଣ୍ଡପରେ ରହିବେନି ୭ ଜଣରୁ ଅଧିକ, ପୂଜା ପରେ ଭସାଣି ଶୋଭାଯାତ୍ରା ମନା

Published By : Prameya-News7 Bureau | September 10, 2020 IST

ଭୁବନେଶ୍ଵର ୧୦।୦୯:  କରୋନା ସଂକ୍ରମଣ ସ୍ଥିତି ସମୟରେ ରାଜ୍ୟରେ ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିସନର। ପୂଜା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବେ ପୂଜା ମଣ୍ଡପ । ଟ୍ଵିନ୍ ସିଟି ଭୁବନେଶ୍ଵର ଏବଂ କଟକ ପାଇଁ କମିଶନରେଟ୍ ପୋଲିସ ଅନୁମତି ଦେବ। କେବଳ ଇନଡୋର୍ ପୂଜାକୁ ଅନୁମତି ମିଳିବ।  ପୂଜାରେ ଅଧିକ ଲୋକଙ୍କୁ ସାମିଲ ହେବା ମନା ।

ମାର୍ଗଦର୍ଶିକା ଅନୁଯାୟୀ ପୂଜାମଣ୍ଡପରେ ୭ ଜଣରୁ ଅଧିକ ରହି ପାରିବେନି । ଜାକଜମକରେ ପୂଜା କରିବା ମନା । ୩ ପଟୁ ବନ୍ଦ ରହିବ ପୂଜା ମଣ୍ଡପ, ଭକ୍ତଙ୍କ ଦର୍ଶନ ଉପରେ ବାରଣ ରହିବ । ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତା ହେବ ମାଙ୍କ ମୂର୍ତ୍ତି । ମଣ୍ଡପରେ ପୂଜା ବେଳେ ପାଳନ ହେବ କୋଭିଡ୍ ନିୟମ । ପୂଜା ପରେ ହେବନି ଭସାଣି ଶୋଭାଯାତ୍ରା । ପୂଜା ମଣ୍ଡପ ନିକଟରେ ମେଲୋଡି ଏବଂ ଅନ୍ୟ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ମନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.