ବସ୍ ଚଳାଚଳ ପାଇଁ ଆସିବ ଗାଇଡ୍‌ଲାଇନ୍, ୨୦ ଜିଲ୍ଲାରେ ଚାଲିବା ନେଇ ମିଳିଛି ଅନୁମତି

Published By : Prameya-News7 Bureau | July 01, 2021 IST

ଭୁବନେଶ୍ବର ୧।୭: ରାଜ୍ୟରେ ଜୁଲାଇ ମାସର ଗାଇଡ୍ ଲାଇନ୍ କିଛି କଟକଣାକୁ କୋହଳ କରାଯାଇଛି । ୩୦ଟି ଜିଲ୍ଲାକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି । ଏ- କାଟେଗୋରୀରେ ୨୦ ଜିଲ୍ଲା ରହିଥିବା ବେଳେ ସଂକ୍ରମଣ ୫ ପ୍ରତିଶରୁ ଅଧିକ ଥିବା ୧୦ ଜିଲ୍ଲା ରହିଛି । ଏ- କାଟେଗୋରୀର ୨୦ଟି ଜିଲ୍ଲା ଭିତରେ ବସ୍ ଚଳାଚଳ କରିବା ନେଇ ଅନୁମତି ମିଳିଛି । ତେବେ ବସ୍ ଚଳାଚଳକୁ ଅନୁମତି ମିଳିବା ପରେ ବସ୍ ଚଳାଚଳ ପାଇଁ ଗାଇଡ୍ ଲାଇନ୍ ଆସିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଗାଇଡ୍ ଲାଇନ୍ ଆସିବ । ପରିବହନ ବିଭାଗ ତରଫରୁ ଆରଟିଓ ଏବଂ ବସ୍ ସଂଘଗୁଡିକୁ ଗାଇଡ୍ ଲାଇନ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବସ୍‌ ରେ ସିଟ୍ କ୍ଷମତା ଅନୁଯାୟୀ ଲୋକ ବସିବେ । ସେହିଭଳି ଯାତ୍ରୀ ଏବଂ ବସ୍ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ବସକୁ ପ୍ରତ୍ୟେକ ଦିନ ସାନିଟାଇଜ୍ କରାଯିବ ।

ସେପଟେ ବି- କାଟେଗୋରୀରେ ଥିବା ଜିଲ୍ଲାଗୁଡିକରେ କୌଣସି ବସ୍ ଚଳାଚଳ କରିପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.