କପିଳାଶ ଜାଗର ଯାତ୍ରା ପାଇଁ କଟକଣା : ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

Published By : Prameya-News7 Bureau | March 04, 2021 IST

ଢେଙ୍କାନାଳ ୪।୩: ଆସନ୍ତା ୧୧ ତାରିଖ ମହା ଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । ଏପରିକି କୋଭିଡ୍ ଗାଇଡ଼ ଲାଇନ ମଧ୍ୟରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଜାଗର ଯାତ୍ରା ପୂର୍ବରୁ କପିଳାଶ ପୀଠର ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କ ମାଧ୍ୟମରେ ନୀତିକାନ୍ତି କରାଯିବ ।

{"id":417863,"sizeSlug":"large","linkDestination":"none"}

ଏପରିକି ଚଳିତ ବର୍ଷ ପଲିଥିନ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ଢେଙ୍କାନାଳର ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କପିଳାଶ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ମୁତାବକ ଏହି କଟକଣା ଜାରି କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.