କୋଭିଡ୍ କଟକଣା ସହ ପାଳନ ହେବ ସ୍ବାଧୀନତା ଦିବସ, ହେବନାହିଁ ପରେଡ୍ ପ୍ରଦର୍ଶନ

Published By : Prameya-News7 Bureau | August 11, 2020 IST

ଭୁବନେଶ୍ବର ୧୧।୮: ଚଳିତ ବର୍ଷ କୋଭିଡ୍ ସଙ୍କଟ ମଧ୍ୟରେ ପାଳ ହେବ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏନେଇ ଗୃହବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

କୋଭିଡ୍ କଟକଣା ସହ ଉଭୟ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ । ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ହେବ । ପରେଡ୍ ପ୍ରଦର୍ଶନ କିମ୍ବା ମାର୍ଚ୍ଚପୋଷ୍ଟ ହେବନାହିଁ । କାର୍ଯ୍ୟକ୍ରମରେ ସର୍ବାଧିକ ୭୫ ଜଣ ଅତିଥି ଉପସ୍ଥିତ ରହିବେ ।

ଏହାସହ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାଧାରଣ ଲୋକ ଅଂଶଗ୍ରହଣ କରି ପାରିବେନାହିଁ ବୋଲି ଗାଇଡ୍ ଲାଇନ୍‌ରେ ଦର୍ଶାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.