Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌, ଜାରି ହେଲା ଗାଇଡଲାଇନ୍ସ

6/10/2020 at 12:51 PM

ନୂଆଦିଲ୍ଲୀ ୦୬/୧୦: ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀଙ୍କ ବହୁ ପ୍ରତୀକ୍ଷିତ ଅପେକ୍ଷା ଶେଷ ହେବାକୁ ଯାଉଛି। ଅର୍ଥାତ୍ ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ। ଆଜି (ମଙ୍ଗଳବାର) ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସିନେମାହଲ ଓ ମଲ୍ଟିପ୍ଳେକ୍ସ ସମ୍ବନ୍ଧିତ ଦିଶା-ନିର୍ଦେଶ ଜାରି କରିଛନ୍ତି। କୋଭିଡ-୧୯କୁ ଦୃଷ୍ଟିରେ ରଖି ଛଅ ମାସରୁ ଅଧିକ ସମୟ ବନ୍ଦ ଥିବା ସିନେମା ହଲ ଆଉ ଦିନ କେଇଟା ପରେ ଖୋଲିବ।

ନୂଆ ନିର୍ଦେଶ ଅନୁସାରେ ସିନେମା ହଲ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଏହା ଦ୍ବାରା ଲୋକଙ୍କ ମଧ୍ୟରେ ଠିକ ଭାବେ ସାମାଜିକ ଦୂରତ୍ବ ପାଳନ ହୋଇପାରିବ। ଏହା ସହ କେହି ଦର୍ସିଶକ ଯେପରି ସିଟ୍ ପରିବର୍ତନ ନ କରିବେ ତାକୁ ମଧ୍ୟ ସୁନିଶ୍ଚିତ କରାଯିବ। ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହା ସହ ସ୍କ୍ରିନିଂର ଶୋ’ ଟାଇମ ବଦଳାଯିବ। କେବଳ ଏତିକି ନୁହେଁ ଗହଳିରୁ ରକ୍ଷା ପାଇବା ପାଇଁ ପର୍ଯାପ୍ତ ସଂଖ୍ୟାରେ ବକ୍ସ ଅଫିସ କାଉଣ୍ଟର ଖୋଲାଯିବ। ଇଣ୍ଟରଭାଲ ବେଳେ ଦର୍ଶକ ଯେଭଳି ଗହଳି ନ କରିବେ ସେ ପ୍ରତି ମଧ୍ୟ ଦୃଷ୍ଟି ରଖିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧,୨୬୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୮୮୪ଜଣ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ସମୁଦାୟ ୬୬,୮୫,୦୮୩ ମାମଲାରେ ୯,୧୯,୦୨୩ ସକ୍ରିୟ ମାମଲା ରହିଛି। ସେଥିରୁ ୫୬,୬୨,୪୯୧ ଜଣ ଠିକ୍ ହୋଇସାରିଲେଣି ଓ ୧,୦୩,୫୬୯ ଲୋକ ପ୍ରାଣ ହରାଇସାରିଲେଣି।

   Related Posts