ବିଦ୍ୟାଳୟ ଖୋଲିବାକୁ ମାର୍ଗଦର୍ଶିକା ଜାରି, ୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ ଅଫଲାଇନ୍ କ୍ଲାସ୍

Published By : Prameya-News7 Bureau | October 18, 2021 IST

ଭୁବନେଶ୍ବର ୧୮।୧୦: ଦଶହରା ଛୁଟି ପରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଅଫଲାଇନ୍ କ୍ଲାସ୍ ଆରମ୍ଭ ହେବ । ଏଥିପାଇଁ ସୋମବାର ମାର୍ଗଦର୍ଶିକା ଜାରି ହୋଇଛି । ଏହା ଅନୁଯାୟୀ ଆସନ୍ତା ୨୧ ତାରିଖରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲାଯିବ । ତେବେ ନବମ, ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୂଜା ଛୁଟି ସରିବା ସହୁତ ୨୧ ତାରିଖରେ ଖୋଲିଯିବ ।

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରଥମ ୨ ଦିନ ପାଠ ପଢା ହେବନାହିଁ । ପ୍ରାୟ ଦେଢ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ପ୍ରଥମ ଦିନ ପିଲାମାନେ ସଙ୍ଗୀତ ଗାନ, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମରେ ଭାଗନେବେ ।

ସେହିଭଳି ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ ୨୪ ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଡାକିବା ପାଇଁ ପରାମର୍ଶ ଦିଆଯାଇଛି । ୧୭ ତାରିଖରୁ ସବୁ ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା ଆରମ୍ଭ ହେବ । ୨୭ରୁ ୨୯ ଦୁଇ ଦିନ ଧରି ପିଲାଙ୍କର ଶିକ୍ଷା ସ୍ତର ଆକଳନ କରାଯିବ । ବିଶେଷକରି ଓଡିଆ, ଇଂଗ୍ରାଜୀ ଓ ଗଣିତରେ ଅଷ୍ଟମ ଶ୍ରେଣୀ ଛାତ୍ରାଛାତ୍ରୀମାନଙ୍କ ଅଧ୍ୟୟନ ମାନ କେମିତି ରହିଛି ତାହା ନିର୍ଦ୍ଧାରଣ କରାଯିବ । ସେହି ଅନୁଯାୟୀ ଶିକ୍ଷକମାନେ ପ୍ରତିକାରତ୍ମକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.