Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

୨୧ ଦିନ ଲକଡାଉନ ଘୋଷଣା ପରେ ଗାଇଡ୍ ଲାଇନ୍ ଜାରି କଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ଖୋଲା ରହିବ ଏବଂ କେଉଁ ସେବା ମିଳିବ

24/03/2020 at 10:55 PM

ନୂଆଦିଲ୍ଲୀ ୨୪।୦୩: : ଭାରତରେ କରୋନା ଭାଇରସର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଜନତାକର୍ଫ୍ୟୁ ପରେ ପ୍ରଧାନମନ୍ତ୍ରୀ ଆଉ ଏକ ବଡ ନିଷ୍ପତ୍ତି ନେଇ ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଭାବେ ଲୋକ ଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଆଜି ମଧ୍ୟ ରାତ୍ରଠୁ ନେଇ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ କଣ ଖୋଲା ରହିବ, କଣ ବନ୍ଦ ରହିବ, କେଉଁ ସେବା ଜାରି ରହିବ, କେଉଁ ଅଫିସ ବନ୍ଦ ରହିବ ଏବଂ କେଉଁ ଅଫିସ ଖୋଲା ରହିବ ତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସଭିଙ୍କ ପାଇଁ ଗାଇଡ୍ ଲାଇନ ଜାରି କରାଯାଇଛି।

୧ ଗାଇଡ୍ ଲାଇନ୍ ଅନୁଯାୟୀ ଭାରତ ସରକାର, ଏହାର ସ୍ଵଂୟଶାସିତ/ ସହାୟକ  ଅଫିସ ଏବଂ ପବ୍ଲିକ କର୍ପୋରେସ ବନ୍ଦ ରହିବ। କିନ୍ତୁ ଏହାର କର୍ମଚାରୀ ଘରୁ କାମ କରିବେ।

କେଉଁ  କାର୍ଯ୍ୟାଳୟ ଖୋଲା ରହିବ

ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳ, ଟ୍ରେଜେରୀ, ପେଟ୍ରୋଲିୟମ, ସିଏନଜି, ଏଲପିଜି, ପିଏନଜି, ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ଶକ୍ତି ଯୋଗାଣ, ପୋଷ୍ଟ ଅଫିସ, ଜାତୀୟ ସୂଚନାଦାତା କେନ୍ଦ୍ର, ଓ୍ଵାର୍ଣ୍ଣିଂ ଏଜେନ୍ସି।

୨ ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଵଂୟଶାସିତ ବଡି, କର୍ପୋରେସନ ଆଦି କାର୍ଯ୍ୟାଳୟ ବନ୍ଦ ରହିବ। ଏହାର କର୍ମଚାରୀ ଘରେ ରହି କାମ କରିବେ।

ଏହି ସବୁ ଖୋଲା ରହିବ

ପୋଲିସ, ହୋମ୍ ଗାର୍ଡ, ସିଭିଲ୍ ଡିଫେନ୍ସ, ଅଗ୍ନିଶମ ସେବା, ବିପର୍ଯ୍ୟୟ ପରିଚାଳନା ଏବଂ ଜେଲ୍, ବିଦ୍ୟୁତ୍ ବିଭାଗ, ଜଳ, ସଫେଇ ଖୋଲା ରହିବ। ମ୍ୟୁନ୍ସିପାଲରେ ଆବଶ୍ୟକ ମୁତାବକ ସେବା ଯେପରି ସାଫ ସଫେଇ, ଜଳ ଯୋଗାଣ ଆଦି ସେବା  ଜାରି ରହିବ।

୩ ମେଡିକାଲ ଏବଂ ଏଥି ସମ୍ବନ୍ଧିତ ଡାକ୍ତରୀ ଉପକରଣର ଯୋଗାଣ, ଔଷଧ ଦୋକାନ, କ୍ଲିନିକ, ନର୍ସିଂ ହୋମ, ଆମ୍ବୁଲାନ୍ସ ଆଦି ଖୋଲା ରହିବ। ମେଡିକାଲ କର୍ମଚାରୀ ଯେପରି ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ଅନ୍ୟ ସହାୟକ କର୍ମଚାରୀଙ୍କ ଯାତାୟତକୁ ଅନୁମତି ଦିଆଯିବ।

୪ କାରବାର ଓ ଘରୋଇ ସଂସ୍ଥା ବନ୍ଦ ରହିବ

ଏଗୁଡିକ ଖୋଲା ରହିବ

ରାସନ ଦୋକାନ, କିରାନା ଦୋକାନ, ଫଳମୂଳ, ପନି ପରିବା, ଡାଏରୀ ଓ ଦୁଗ୍ଧ ଦୋକାନ, ମାଛ, ମାଂସ ଦୋକାନ ଆଦି ଖୋଲା ରହିବ। ଯଦି ଜିଲ୍ଲା ପ୍ରଶାସନ ହୋମ୍ ଡେଲିଭରୀ ସୁବିଧା ଯୋଗାଇ ପାରିବେ ତାକୁ ମଧ୍ୟ ଅନୁମତି ଦିଆଯିବ।

ବ୍ୟାଙ୍କ, ବୀମା ଅଫିସ ଏବଂ ଏଟିଏମ ଖୋଲା ରହିବ।

ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖୋଲା ରହିବ।

ଟେଲି କମ୍ୟୁନିକେସନ, ଇଣ୍ଟରନେଟ୍ ସେବା, ବ୍ରଡକାଷ୍ଟିଂ ଏବଂ କେବୁଲ ସର୍ଭିସ୍ ସେବାର କର୍ମଚାରୀ ଯେତିକି ସମ୍ଭବ ଘରୁ କାମ କରିବେ।

ଇ-କମର୍ସ ମାଧ୍ୟମରେ ସମସ୍ତ ଜରୁରୀକାଳୀନ ଖାଦ୍ୟ, ଡାକ୍ତରୀ ଉପକରଣ ମିଳି ପାରିବ।

ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ ଓ ଗ୍ୟାସ୍ ରିଟେଲ୍ ଓ ଷ୍ଟୋରେଜ୍ ଖୋଲା ରହିବ।

   Related Posts