ଗଣେଶ ପୂଜା ସମୟରେ ଉଚ୍ଚ ଶବ୍ଦରେ ଗୀତ ଓ ଡିଜେ ଉପରେ କଟକଣା

Published By : Prameya-News7 Bureau | August 29, 2019 IST

ଜୟପୁର ୨୯।୮: ଗଣେଶ ପୂଜାକୁ ଆଉ ହାତରେ ଦିନ କେଇଟା । ପୂଜା ମଣ୍ଡପ ଗୁଡିକ ପାଇଁ କଡା ଗାଇଡ ଲାଇନ ଜାରି କହିଛି ଜୟପୁର ଉପଖଣ୍ଡ ପ୍ରଶାସନ  । ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ପ୍ରଶାସନ । ଏଥର ପୂଜା ସମୟରେ ଉଚ୍ଚ ଶବ୍ଦରେ ଗୀତ ଏବଂ ଡିଜେ ବଜାଇବା,ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା  ଉପରେ ପ୍ରତିବନ୍ଧକ ଲଗାଇଛି  ପ୍ରଶାସନ । ବିସର୍ଜନ ସମୟରେ ବାଣ ଫୁଟାଇବାକୁ ବି ବାରଣ କରାଯାଇଛି । ପ୍ରଶାସନର ଅଧିକାଂଶ ନିଷ୍ପତ୍ତିକୁ ପୂଜା କମିଟିଗୁଡିକ ମାନିଥିବା ବେଳେ କେତେକକୁ ନେଇ ସହମତ ହୋଇ ପାରିନାହାନ୍ତି ।

{"id":150662}

ଗଣେଶ ପୂଜା ପାଇଁ ଜୟପୁର ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ଜୋରଦାର ।  ପୂଜା ମଣ୍ଡପ ଗୁଡିକ ପାଇଁ କଡା ଗାଇଡ୍ ଲାଇନ ଜାରି  କରିବା ସହ ଖିଲାଫ କଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।ଏଥର ଗଣେଶ ପୂଜାରେ ଡିଜେ,ଉଚ୍ଚ ଶଦ୍ଦରେ ଗୀତ ବଜାଇବା,ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା ଉପରେ ଲାଗିଛି  ପ୍ରତିବନ୍ଧକ । ପୂଜା ପାଇଁ ଅଗ୍ନିଶମ ବିଭାଗରୁ ଅନୁମତି ଆଣିବା ବାଧ୍ୟତା ମୂଳକ ।  

{"id":150664}

କୌଣସି ଅଘଟଣ ଘଟିଲେ ଏଥି ପାଇଁ  ପୂଜା ମଣ୍ଡପ ଗୁଡିକ ଦାୟୀ ରହିବେ ବୋଲି କୁହାଯାଇଛି।ପୂଜା ସରିବା ପରେ ଆସନ୍ତା ୩,୫ ଓ ୭ରେ  ଦିନ ମୂର୍ତ୍ତି ବିସର୍ଜନ କଲେ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ।  ବିସର୍ଜନର ୩ ଦିନ ପୂର୍ବରୁ ପୋଲିସଠାରୁ ଅନୁମତି ଆଣିବା ବାଧ୍ୟତା ମୂଳକ କରାଯାଇଛି । ପ୍ରଶାସନର ଚିହ୍ନଟ ସ୍ଥାନରେ ମୂର୍ତ୍ତୀ ବିସର୍ଜନ କରାଯିବ । ପୂଜା ସମୟରେ ସହରର ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ଅବକାରୀ ବିଭାଗକୁ କୁହାଯାଇଥିବା ଜୟପୁର ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି   ।

{"id":150665}

 ପ୍ରଶାସନର ଅଧିକାଂଶ ନିଷ୍ପତ୍ତିକୁ ପୂଜା କମିଟି ମାନି ଏହାକୁ ସ୍ବାଗତ କରିଛନ୍ତି । ତେବେ କେତୋଟି ନିଷ୍ପତ୍ତିକୁ ନେଇ ସହମତି ହୋଇ ପାରିନଥିଲା ।ସହରରେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତୀ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ବି ଏ ସଂପର୍କରେ କିନ୍ତୁ ବୈଠକରେ ଆଲୋଚନା ହିଁ ହୋଇନଥିଲା ।ସେହିପରି ସହରର ସମସ୍ତ ମୂର୍ତ୍ତୀ ଗୋଟିଏ ଦିନ ଗୋଟିଏ ସ୍ଥାନକୁ ଆଣିଲେ ଜୟପୁର ବାହାରରୁ ଆସୁଥିବା ଶ୍ରଦ୍ଧାଳୁମାନେ ଦର୍ଶନ କରିବାରେ ସୁବିଧା ହେବ ବୋଲି ପ୍ରସ୍ତାବ ଦେଇଥିଲା ପ୍ରଶାସନ   । ତେବେ ଏହା ସମ୍ଭବ ନୁହେଁ ବୋଲି ପୂଜା କମିଟି ଗୁଡିକ କହିଥିଲେ ।

{"id":150666}

ପୂଜା ନାଁରେ ବିଗତ ବର୍ଷ ଗୁଡିକରେ ଚରମ ବିଶୃଙ୍ଖଳା ଓ ଗଣ୍ଡଗୋଳ ହୋଇଥିବାରୁ ପ୍ରଶାସନ ଆଗୁଆ ଏପରି ସତର୍କତା ମୂଳକ ପଦକ୍ଷେପ ନେଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.