Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା: ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ

15/01/2021 at 12:47 PM

ଭୁବନେଶ୍ବର୧୫/୧: ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି ହୋଇଛି। ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ, ମେଡିକାଲରେ ଆଡମିଟ୍‌ ଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ। ଏଥିସହ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ୧୬୧ ଟି ଟୀକାକରଣ କେନ୍ଦ୍ର କରାଯାଇଛି। ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡିଶା।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ୨ଟି ଟିକା ପହଞ୍ଚିଛି। ପୁନେସ୍ଥିତ ସେରମ ଇନଚ୍ୟୁଟ୍‌ର କୋଭିସିଲ୍ଡ ଓ ହାଇଦ୍ରାବାଦସ୍ଥିତ ଭାରତ ବୟୋଟେକର କୋଭାକ୍ସିନ ଟୀକା। କୋଭିସିଲ୍ଡ ୪ ଲକ୍ଷ ୮ ହଜାର ଡୋଜ ଏବଂ ୨୦ ହଜାର କୋଭାକ୍ସିଂ ଡୋଜ । ସବୁ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ମୋଟ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି। ରାଜ୍ୟରେ ମୋଟ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି।

   Related Posts