Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଦୁଇ ବଂଗୀୟ ଯୁବତୀଙ୍କୁ ଗେଷ୍ଟହାଉସରେ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିବା ଗେଷ୍ଟହାଉସ ମ୍ୟାନେଜର ଓ କର୍ମଚାରୀ ଏବେବେ ବି ଫେରାର

10/07/2019 at 5:38 PM

ଜଳେଶ୍ବର ୧୦|୭: ଓଡ଼ିଶା ବୁଲି ଆସିଥିବା ଦୁଇ ବଙ୍ଗୀୟ ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୋଗରାଇର ଏକ ଗେଷ୍ଟ ହାଉସ୍‌ରେ ଦୁଇ ଭଉଣୀଙ୍କୁ  ଗେଷ୍ଟ ହାଉସ୍ ମ୍ୟାନେଜର ଏବଂ ଅନ୍ୟ ଦୁଇ ଜଣ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ମାଡ ମାରି ଅଶ୍ଳୀଳ ଫଟୋ ଉଠାଇବା ସହ ଭିଡିଓ ସୁଟିଂ ମଧ୍ୟ କରାଯାଇଛି। ଜଣେ ଭଉଣୀ କୌଶଳ କ୍ରମେ ଖସି ଆସିବା ପରେ ଘଟଣାକୁ ପଦାକୁ ଆସିଛି । ତାଳସାରୀ ମେରାଇନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ପୁଣି ଦୁଷ୍କର୍ମ । ପୁରୀରେ ଜଣେ ଆଦିବାସୀ ନାବାଳିକାକୁ ବସ୍ ଭିତରେ ଦୁଷ୍କର୍ମ ଘଟଣାର ୨୪ ଘଣ୍ଟା ନପୁରୁଣୁ ବାଲେଶ୍ବର ଭୋଗରାଇରେ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ ଆସିଛି । ଗତକାଲି ହାଉଡାରୁ ଦୁଇ ଭଉଣୀ ଦିଘା ବୁଲିବାକୁ ଆସି ଦିଘା ବସଷ୍ଟାଣ୍ଡରେ ସଂଧ୍ୟାବେଳେ ଓହ୍ଲାଇଥିଲେ । ରାତିରେ ହୋଟେଲରେ ରହି ସକାଳୁ ଦିଘା ବୁଲି ଘରକୁ ଫେରିବାକୁ ଯୋଜନା ଥିଲା । ଏତିକିବେଳେ ସେମାନଙ୍କ ପାଖରେ ବାଲେଶ୍ବର ଭୋଗରାଇ ସୁଭଦ୍ରା ଗେଷ୍ଟ ହାଉସର ଦୁଇ କର୍ମଚାରୀ ପହଞ୍ଚି ଭଲ ହୋଟେଲରେ ରଖିଦେବେ ବୋଲି କହିଥିଲେ ।

ଦୁଇ ଦଲାଲଙ୍କ ଚକ୍ରାନ୍ତରେ ଫସି ଯାଇଥିଲେ ଦୁଇ ଭଉଣୀ । ଏମାନଙ୍କୁ କାରରେ ନେଇ ଆସିବା ବେଳେ ଦିଘା ବାହାରକୁ କାର ଯାଉଥିବା ଦେଖି ଦୁଇ ଭଉଣୀ ପ୍ରଶ୍ନ କରିଥିଲେ । ତେବେ ବାଟରେ ପୋଲିସ ଥିବାରୁ ବିପଦ ହୋଇପାରେ ବୋଲି ଦୁଇ ଦଲାଲ ଭୟ ଦେଖାଇ ଦେଇଥିଲେ । ଭୋଗରାଇ ସାହାବାଜିପୁରରେ ଥିବା ସୁଭଦ୍ରା ଗେଷ୍ଟ ହାଉସକୁ ନେଇ ସେଠାରେ ଦୁଇଟି ରୁମ୍ ବୁକ୍ କରିଥିଲେ ଦୁଇ ଦଲାଲ । ଗୋଟିକରେ ଲଗେଜ୍ ରଖି ଦୁଇ ଭଉଣୀ ଅନ୍ୟ ରୁମରେ ରହିଥିଲେ । ଏହାପରେ ସେହି ଗେଷ୍ଟ ହାଉସର ମ୍ୟାନେଜର ସହ ମିଶି ଦୁଇ କର୍ମଚାରୀ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପ୍ରତିବାଦ କରିବାରୁ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଦୁଇ ଭଉଣୀ ।

ଏପରିକି ଦୁଇ ଭଉଣୀଙ୍କୁ ନିର୍ଦ୍ଧୁମ ମାଡ ମାରି ସେମାନଙ୍କ ଅଶ୍ଳୀଳ ଫଟୋ ଉଠାଇବା ସହ ଭିଡିଓ ସୁଟ କରିଥିବା ଅଭିଯୋଗ କରିଛନ୍ତି ଦୁଇ ଭଉଣୀ । ତେବେ ସାନ ଭଉଣୀ ଗେଷ୍ଟ ହାଉସରୁ କୌଶଳକ୍ରମେ ଖସି ପଳାଇଥିଲେ । ଗେଷ୍ଟ ହାଉସ ପାଚେରୀ ଡେଇଁ ପାଖରେ ଥିବା ଏକ କଦଳୀ ବାଡିରେ ଲୁଚି ଯାଇଥିଲେ । ସକାଳୁ ତାଙ୍କୁ ଉଲଗ୍ନ ଅବସ୍ଥାରେ କଦଳିବାଡି ମାଲିକ ଉଦ୍ଧାର କରି ନିଜ ଘରକୁ ନେଇଥିଲେ । ବଡ ଭଉଣୀ ଅନ୍ୟ ରୁମ୍ ରେ ଲୁଚି ରହିଥିଲେ । ତାଳସାରୀ ମେରାଇନ୍ ପୋଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣା ପ୍ରଘଟ ହେବା ପରେ ଗେଷ୍ଟ ହାଉସ୍ ମ୍ୟାନେଜ୍‌ର ଓ ଦୁଇ କର୍ମଚାରୀ ଫେରାର ହୋଇ ଯାଇଛନ୍ତି ।

ପୂର୍ବରୁ ଏହି ଗେଷ୍ଟ ହାଉସରେ ଝିଅ ମାନଙ୍କୁ ଆଣି ଅନୈତିକ କାମରେ ଲଗାଯାଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ଏପରିକି ରାଜ୍ୟରେ ବିଭିନ୍ନ ଗେଷ୍ଟ ହାଉସରେ ଅତି ସାଂଘାତିକ କାରବାର ଚାଲୁଥିବାର ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ଏବେ ଏମିତି ଗୋଟିଏ ଘଟଣା ସାମ୍ନାକୁ ଆସିଛି ।

   Related Posts