Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ଫୁଟର ଏହି ଅଭିନେତାଙ୍କ ପତ୍ନୀ ୫ଫୁଟର : ବହୁତ କଷ୍ଟରେ ହୋଇଥିଲା ବିବାହ

29/08/2019 at 12:31 PM

ମୁମ୍ବାଇ ୨୯/୮: ଯଦି ଆପଣ ‘ଗୁଟର ଗୁଁ’ ଏବଂ ‘ବିକରାଲ ଗବରାଲ’ ଭଳି ସିରିୟଲ୍ ଦେଖିଛନ୍ତି ତେବେ ଏହି ଅଭିନେତାଙ୍କୁ ନିଶ୍ଚୟ ଚିହ୍ନିସାରିଥିବେ। ଏହି ଅଭିନେତାଙ୍କ ନାଁ କେକେ ଗୋସ୍ବାମୀ ଯିଏ ଅନେକ ଟିଭି ସିରିୟଲରେ କାମ କରିଛନ୍ତି। ୟେ ଜଣେ ଜଣାଶୁଣା ଅଭିନେତା। ଟିଭି ବ୍ୟତୀତ ସେ କିଛି ବଲିଉଡ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। ଆଜି ଆମେ ଆପଣଙ୍କୁ ଏହି ଟିଭି ଅଭିନେତାଙ୍କ ପତ୍ନୀଙ୍କ ବିଷୟରେ କହିବୁ।

କେକେ ଗୋସ୍ବାମୀଙ୍କ ବିଷୟରେ ସବୁଠୁ ଖାସ୍ କଥା ହେଉଛି ସେ ଜଣେ ବାଙ୍ଗରା ଟିଭି ଅଭିନେତା। ବାଙ୍ଗରା ହେବା ସତ୍ବେ ସେ ଟିଭି ଜଗତରେ ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ଏହାଠାରୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଅଭିନେତାଙ୍କ ପତ୍ନୀ ତାଙ୍କଠାରୁ ଦୁଇ ଗୁଣ ଡେଙ୍ଗା। ତାଙ୍କ ପତ୍ନୀଙ୍କ ନାଁ ପିଙ୍କୁ।

କେକେ ଗୋସ୍ବାମୀ କେବଳ ୩ଫୁଟର ହୋଇଥିବାବେଳେ ତାଙ୍କ ପତ୍ନୀ ପାଖାପାଖି ୫ଫୁଟ ଉଚ୍ଚତାବିଶିଷ୍ଟ। ସେମାନେ ଜଣେ ଅଦ୍ଭୁତ ଯୋଡ଼ି। ଏପରି ଯୋଡ଼ି ଟିଭି ଇଣ୍ଡଷ୍ଟ୍ରିରେ ବହୁତ କମ୍ ଦେଖିବାକୁ ମିଳିଥାଆନ୍ତି। କେକେଙ୍କୁ ପିଙ୍କୁଙ୍କ ସହ ବିବାହ କରିବା ପାଇଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେକେ ଗୋସ୍ବାମୀ ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ସେ ପିଙ୍କୁଙ୍କୁ ଦେଖିବାକୁ ଯାଇଥିଲେ ସେତେବେଳେ ପିଙ୍କୁଙ୍କ ଘରଲୋକେ ତାଙ୍କୁ ବିବାହ ପାଇଁ ମନା କରି ଦେଇଥିଲେ କାରଣ କେକେ ଅତ୍ୟଧିକ ବାଙ୍ଗରା ଥିଲେ।

 କେକେ ଗୋସ୍ବାମୀଙ୍କ ଭାଗ୍ୟ ବୋଧହୁଏ ଭଲ ଥିଲା କାରଣ ଘରଲୋକଙ୍କ ନା କହିବା ସତ୍ବେ ପିଙ୍କୁ ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ। ପିଙ୍କୁଙ୍କୁ କେକେଙ୍କ ଉଚ୍ଚତା ଯୋଗୁଁ କୌଣସି ସମସ୍ୟା ନଥିଲା। ଘରଲୋକେ ଯେତେ ମନା କଲେ ସୁଦ୍ଧା ପିଙ୍କୁ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ପିଙ୍କୁ ରାଜି ହୋଇଯିବା ସତ୍ବେ କେକେଙ୍କୁ ଡର ଲାଗୁଥିଲା ଯେ କାଳେ ସେ ବିବାହ କରିବାକୁ ଯିବାବେଳେ ପିଙ୍ଗୁ ଯଦି ମନା କରିଦେବେ। ଶେଷରେ ପିଙ୍ଗୁଙ୍କ ବିବାହ କେକେଙ୍କ ସହ ହୋଇଥିଲା।

 

   Related Posts