Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ସାଧାରଣତନ୍ତ୍ର ଦିବସରେ କେଉଁ ଜିଲ୍ଲାରେ କିଏ କରିବେ ପତକାତ୍ତୋଳନ: ଜାଣନ୍ତୁ

24/01/2019 at 3:09 PM

ଭୁବନେଶ୍ୱର ୨୪|୧:ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଜିଲ୍ଲାରେ ପତକାତ୍ତୋଳନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳରେ ପତକାତ୍ତୋଳନ କରିବେ। ସେହିଭଳି ମୟୁରଭଞ୍ଜରେ ଯୋଜନା ଓ ସମନ୍ୱୟ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ, ଗଜପତୀ ଜିଲ୍ଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ବାଲେଶ୍ୱରରେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନୂଆପଡାରେ ଗୃହ ନିର୍ମାଣ, ନଗରଉନ୍ନୟନ ଓ ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜାଜପୁରରେ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପତକାତ୍ତୋଳନ କରିବେ।

ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଢେଙ୍କାନାଳଠାରେ ପତକାତ୍ତୋଳନ କରିବେ। ସେହିଭଳି ଅର୍ଥ, ଅବକାରୀ, କୃଷି, ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରୀ ଶଶିଭୂଷଣ ବେହେରା ପୁରୀଠାରେ ପତକାତ୍ତୋଳନ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‌, ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନା କଳାହାଣ୍ଡିଠାରେ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଅନୁଗୁଳଠାରେ, ଇସ୍ପାତ, ଖଣି ଓ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ୱଲପୁରଠାରେ ପତକାତ୍ତୋଳନ କରିବେ।

ରାୟଗଡାଠାରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡଠାରେ ହସ୍ତତନ୍ତ, ବୟନ ଏବଂ ହସ୍ତକଳା ରାଷ୍ଟ୍ରମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନବରଂଗପୁରଠାରେ  ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ, ମାଲକାନଗିରୀଠାରେ ଶ୍ରମଏବଂ ଇଏସଆଇ ରାଷ୍ଟ୍ର ମନ୍ତ୍ରୀ ସୁଶାନ୍ତ ସିଂହ, ଗଞ୍ଜାମରେ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନନ୍ତ ଦାସ, କୋରାପୁଟଠାରେ କ୍ରୀଡା ଓ ଯୁବସେବା, ଆଇଟି ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତକାତ୍ତୋଳନ କରିବେ।  

ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର, ରାଉରକେଲାଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର ପତକାତ୍ତୋଳନ କରିବେ। ଭଦ୍ରକ, ବଲାଙ୍ଗିର, ବରଗଡ, ବୌଦ୍ଧ, ଦେବଗଡ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଏବଂ ସୋନପୁରଠାରେ ସେଠାର ଜିଲ୍ଲାପାଳମାନେ ପତକାତ୍ତୋଳନ କରିବେ।    

 

   Related Posts