Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଗେଷ୍ଟହାଉସରେ ସାଧା ପୋଷାକରେ ପହଂଚିଲା ପୋଲିସ, ଯାହା ଦେଖିଲା ..ଉଡ଼ିଗଲା ହୋସ୍

5/02/2019 at 7:54 PM

ଜୟପୁର ୫/୨- ପୋଲିସ ପଂହଚି ସାରିଥିଲା ଠିକଣା ଜାଗାରେ । ସାଧା ପୋଷାକରେ ଥିଲା । ଗ୍ରାହକ ବି ସାଜିଲା । ଭିତରକୁ ପଶୁପଶୁ ଯାହା ଦେଖିଲା, ଉଡ଼ିଗଲା ହୋସ୍ ।

ପୋଲିସ ଏହି ଗେଷ୍ଟହାଉସ ବାବଦରେ ଅନେକ କିଛି ଶୁଣିଥିଲା । ହେଲେ ଜାଣି ନଥିଲା ଏମିତି ହୁଏ ବୋଲି । ଆଖି ସାମନାରେ ରିଲ୍ ଚାଲିବା ପରି କଏଦ ହୋଇଗଲା ଅନେକ ଦୃଶ୍ୟ । ଯାହା ଦେଖି  ନିଜକୁ ବି ବିଶ୍ଵାସ କରିହେଲା ନାହିଁ ।

ଦେହ ବଜାରରେ ଭିଡ଼ । ଗ୍ରାହକ ଖଚାଖଚ୍ । ଯିଏ ଯେମିତି ଯାହା କାମରେ ବ୍ୟସ୍ତ । କେହି କାହାକୁ ଅନେଇବାକୁ ବି ବେଳ ନାହିଁ । ସେହି ଭିଡ଼ ଭିତରେ ହଜିଗଲେ ବି ପୋଲିସ ବାବୁ ।

ଆପତ୍ତିଜନକ ଅବସ୍ଥାରେ ଥିଲେ ପୁରୁଷ ଓ ମହିଳାଙ୍କ ଅନେକ ଯୋଡ଼ି । ସୀମା ଟପିଯାଇଥିଲା ପରିବେଶ । ନିଜ ଦେହର ଭୋକ ମେଣ୍ଟାଇବାକୁ ସମସ୍ତେ ତତ୍ପର ଯେମିତି । ଏହି ସମୟରେ ପୋଲିସବାବୁ ସାଧା ପୋଷାକରେ ନିଜ ବାଇକରେ ଗେଷ୍ଟହାଉସରେ ପହଂଚିଥିଲେ ।

ଏହି ଗେଷ୍ଟହାଉସରୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ଅନେକ ପ୍ରେମୀଯୁଗଳ । ଏହା ସହିତ ହୋଟେଲ ମାଲିକ ନିଟୁ ସରଦାର ଓ ଜଣେ ଯୁବତୀଙ୍କୁ ପୋଲିସ କରିଥିଲା ଗିରଫ । ସୁଭାଷନଗର ଅଂଚଳରେ ଥିବା ଏହି ଗେଷ୍ଟହାଉସରେ ଦେହ ବ୍ୟବସାୟ ଚାଲିବା କଥା ପୋଲିସ ପାଖରେ ବହୁତ ଦିନରୁ ଖବର ଥିଲା । ଏହି ଦେହବେପାରକୁ ଧରିବା ପାଇଁ ପୋଲିସକୁ ଏମିତି ସାଧା ପୋଷାକରେ ଆସିବାକୁ ପଡ଼ିଥିଲା ।

 

   Related Posts