ଜଳେଶ୍ବରରେ ଏକାସାଙ୍ଗରେ ଦୁଇ ଭଉଣୀଙ୍କୁ ଗେଷ୍ଟହାଉସ ଭିତରେ ଗଣଦୁଷ୍କର୍ମ କରି ଭିଡିଓ ସୁଟିଂ କଲେ ଦୁଷ୍କର୍ମକାରୀ

Published By : Prameya-News7 Bureau | July 10, 2019 IST

ଜଳେଶ୍ବର ୧୦|୭:  ଦୁଇ ଭଉଣୀଙ୍କୁ ଗେଷ୍ଟହାଉସ ଭିତରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ କରି ଦୁଇ ଭଉଣୀଙ୍କ ଭିଡିଓ ସୁଟିଂ କରିଛନ୍ତି ତିନି ଦୁଷ୍କର୍ମକାରୀ । କେବଳ ସେତିକି ନୁହେଁ, ର୍ନିବସ୍ତ୍ର କରି ଦୁଇ ପୀଡିତାଙ୍କୁ ଦୁଷ୍କର୍ମକାରୀ ନିସ୍ତୁକ ପିଟିଥିବା ମଧ୍ୟ ଅଭିଯୋଗ ହୋଇଛି ।

{"id":132146}

ସୂଚନାଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗରୁ ଦୁଇ ଭଉଣୀ ଦିଘା ବୁଲିବାକୁ ଆସି ଦିଘା ବସଷ୍ଟାଣ୍ଡରେ ସଂଧ୍ୟାବେଳେ ଓହ୍ଲାଇଥିଲେ । ରାତିରେ ହୋଟେଲରେ ରହି ସକାଳୁ ଦିଘା ବୁଲି ଘରକୁ ଫେରିଯିବାକୁ ଯୋଜନା କରିଥିଲେ ଦୁଇ ଭଉଣୀ । ସେହି ସମୟରେ ସେମାନଙ୍କ ପାଖରେ ବାଲେଶ୍ବର ଭୋଗରାଇ ସୁଭଦ୍ରା ଗେଷ୍ଟ ହାଉସର ଦୁଇ କର୍ମଚାରୀ ପହଞ୍ଚି ଭଲ ହୋଟେଲରେ ସେମାନଙ୍କୁ ରଖିଦେବେ ବୋଲି କହିଥିଲେ । ଏହି ଦୁଇ ଦଲାଲଙ୍କ ଚକ୍ରାନ୍ତରେ ଫସି ଯାଇଥିଲେ ଦୁଇ ଭଉଣୀ । ସେମାନଙ୍କୁ ଏକ କାର୍ ଯୋଗେ ନେଇଯିବା ବେଳେ ଦିଘା ବାହାରକୁ କାର୍ ଆସୁଥିବା ଦେଖି ଦୁଇ ଭଉଣୀ ସେମାନଙ୍କୁ ପ୍ରଶ୍ନ କରିଥିଲେ । ତେବେ ବାଟରେ ପୋଲିସ ଥିବାରୁ ବିପଦ ହୋଇପାରେ ବୋଲି ଦୁଇ ଦଲାଲ ଦୁଇ ଉଭଣୀଙ୍କୁ ଭୟ ଦେଖାଇ ଦେଇଥିଲେ ।

{"id":132143}

ଏହାପରେ ବାଲେଶ୍ବର ଭୋଗରାଇ ବ୍ଲକର ସାହାବାଜିପୁରରେ ଥିବା ସୁଭଦ୍ରା ଗେଷ୍ଟ ହାଉସକୁ ଦୁଇ ଭଉଣୀଙ୍କୁ ନେଇ ଯାଇଥିଲେ ଦୁଇ ଦଲାଲ । ସେଠାରେ ଦୁଇଟି ରୁମ୍ ବୁକ୍ କରିଥିଲେ । ଗୋଟିକରେ ଲଗେଜ୍ ରଖି ଦୁଇ ଭଉଣୀ ଅନ୍ୟ ରୁମ୍ ରେ ରହିଥିଲେ । ଏହାପରେ ସୁଭଦ୍ରା ଗେଷ୍ଟ ହାଉସ ମ୍ୟାନେଜର ସହ ମିଶି ଦୁଇ କର୍ମଚାରୀ ଦୁଷ୍କର୍ମ କରିବା ସହ ମାଡ ମାରିଥିଲେ, ଏବଂ ଭିଡିଓ ସୁଟିଂ ମଧ୍ୟ କରିଥିଲେ ।

{"id":132144}

ସେହି ସମୟରେ ସାନ ଭଉଣୀ ଗେଷ୍ଟ ହାଉସରୁ କୌଶଳକ୍ରମେ ଦୌଡି ପଳାଇଥିଲେ । ବଡ ଭଉଣୀ ଅନ୍ୟ ରୁମ୍ ରେ ଲୁଚି ଯାଇଥିଲେ । ପରେ ରାତିରେ ଗେଷ୍ଟ ହାଉସ ପାଚେରୀ ଡେଇଁ ପାଖରେ ଥିବା ଜଣଙ୍କ କଦଳୀ ବାଡିରେ ଲୁଚି ଯାଇଥିଲେ । ସକାଳୁ ତାଙ୍କୁ ଉଲଗ୍ନ ଅବସ୍ଥାରେ କଦଳୀବାଡି ମାଲିକ ଉଦ୍ଧାର କରି ନିଜ ଘରକୁ ନେଇଥିଲେ । ପରେ ସାନ ଭଉଣୀ ଫେରି ବଡ ଭଉଣୀର ଅବସ୍ଥା ଜାଣିଥିଲା । ଘଟଣା ସଂପର୍କରେ ଖବର ପାଇ ତାଳସାରୀ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଘଟଣା ପରେ ଗେଷ୍ଟ ହାଉସ ମାଲିକ ଏବଂ କର୍ମଚାରୀ ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.