Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ମାଓବାଦୀ ନେଉଛନ୍ତି ଗରିଲା ଯୁଦ୍ଧର ଟ୍ରେନିଂ

14/08/2018 at 9:01 AM

ମାଲକାନଗିରି ୧୪/୮ : ମାଓବାଦୀ ନେଉଛନ୍ତି ଗରିଲା ଯୁଦ୍ଧର ଟ୍ରେନିଂ । ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ଲାଲ ଗଡରେ ନକ୍ସଲପନ୍ଥୀ ଟ୍ରେନିଂ ନେଉଛନ୍ତି । ସୁରକ୍ଷାକର୍ମୀଙ୍କ ସହ ଲଢେଇ କରିବା ପାଇଁ ମାଓବାଦୀଙ୍କୁ ଦିଆଯାଉଛି ଗରିଲା ଯୁଦ୍ଧର ଟ୍ରେନିଂ । ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ଗୋଲାପାଲ୍ଲି ଏନକାଉଣ୍ଟରରେ ୧୫ ଜଣ ନକ୍ସଲ ନିହତ ହେବା ପରେ ମାଓବାଦୀ ମାନେ ଏହି ଭିଡିଓ ଭାଇରାଲ କରିଛନ୍ତି । ଭିଡିଓ ଭାଇରାଲ କରି ପୋଲିସବାହିନୀକୁ ନିଜର ତାକତ୍ ଦେଖାଇବାକୁ ଚାହୁଛି ଲାଲବାହିନୀ । ସୁରକ୍ଷାକର୍ମୀଙ୍କ ପରି ସେମାନଙ୍କ ପାଖରେ ମଧ୍ୟ ଏକେ-୪୭, ଏସଏଲଆର, ଇନସାସ୍ ଓ ଅଟୋମେଟିକ ରାଇଫଲ ରହିଥିବା ଏହି ଭିଡିଓରୁ ଜଣାପଡିଛି । ଛତିଶଗଡର ଘଞ୍ଚ ଜଙ୍ଗଲ ଭିତରେ ଜଣେ ନକ୍ସଲ କମାଣ୍ଡର ନିଜ ସାଥି ମାନଙ୍କୁ ଗରିଲା ଯୁଦ୍ଧର ତାଲିମ ଦେଉଥିବା ଏହି ଭିଡିଓରେ ଦେଖାଯାଉଛି । ମାଲକାନଗିରି ଓ ସୁକୁମା ଏସ.ପି. ଏହି ଭିଡିଓକୁ ଦେଖିବା ପରେ ସମସ୍ତ ପୋଲିସ କ୍ୟାମ୍ପରେ ଜବାନମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସ୍ବାଧିନତା ଦିବସ ଲାଗି ଜିଲ୍ଲାରେ ରେଡ୍ ଆଲର୍ଟ ଘୋଷଣା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

   Related Posts