ବିବାହ ବନ୍ଧନରେ ବାନ୍ଧିହେବେ ହାସ୍ୟ ଅଭିନେତା ଗୁଡୁ, ମାମାଙ୍କ ହୃଦୟରେ କରିବେ ରାଜ୍

Published By : Prameya-News7 Bureau | July 26, 2021 IST

ଭୁବନେଶ୍ୱର,୨୬/୦୭: ବର ବେଶରେ ସଜେଇ ହେବେ କମେଡିଆନ ଗୁଡୁ । ଓଡ଼ିଆ ଦର୍ଶକଙ୍କ ହୃଦୟରେ ହାସ୍ୟ ଅଭିନେତା ହିସାବରେ ରାଜ କରୁଥିବା ଗୁଡ଼ୁ ଆଉ କାହାର ହୃଦୟରେ ରାଜ କରିବେ ।

ହାତକୁ ଦି ହାତ ହୋଇ ଆରମ୍ଭ କରିବେ ଜୀବନର ଦ୍ୱିତୀୟ ଇନିଂସ । ଗୁଡ଼ୁ ନିଜ ବାନ୍ଧବୀ ମାମାଙ୍କଠାରୁ ପାଣିଗ୍ରହଣ କରିବେ । ସୋମବାର ହେବ ବାହାଘର । ତେବେ ସମ୍ପୂର୍ଣ୍ଣ କରୋନା କଟକଣାରେ ଏହି ବିବାହ ଅନୁଷ୍ଠିତ ହେବ ।

ଉଭୟ ପରିବାର ପକ୍ଷରୁ କମ୍ ଅତିଥି ଏଥିରେ ଯୋଗ ଦେବେ । କରୋନା ଗାଇଡଲାଇନ୍, ସାମାଜିକ ଦୂରତା ଓ ମାସ୍କ ବାହାଘରରେ ବାଧ୍ୟତାମୂଳକ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.