Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏହି ଦିନ ଗୋମାତାଙ୍କ ପୂଜା କଲେ ମିଳେ ସୁଖ ସମୃଦ୍ଧି ଏବଂ ଧନ; ଜାଣନ୍ତୁ ଏହି ଦିନର ବିଶେଷତ୍ୱ…

14/11/2018 at 6:19 PM

ଭୁବନେଶ୍ୱର ୧୪/୧୧ : କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିକୁ ଗୋପାଷ୍ଟମି ବା ଗୋଷ୍ଠାଷ୍ଟମୀ ବୋଲି କୁହାଯାଏ । ଏହି ଦିନ ଗାଇଙ୍କୁ ପୂଜା କରାଯାଇଥାଏ | ଆସନ୍ତା ନଭେମ୍ବର ୧୬ ତାରିଖରେ ଗୋପାଷ୍ଟମୀ ପୂଜା ଅଛି | ଏହି ଦିନ ଗାଈ ଏବଂ କୃଷ୍ଣଙ୍କ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ |

ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରାଇଥିଲେ | ମା ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମା ଯଶୋଦାଙ୍କ ପାଖେ ବହୁତ ଜିଦ କଲେ | ତାଙ୍କ କଥାରେ ରାଜି ହୋଇ ମା ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ ଲଗ୍ନ ବାହାର କରିଥିଲେ ଏବଂ ପୂଜା କରିବାପରେ ଶ୍ରୀ କୃଷ୍ଣଙ୍କୁ ଗାଈଙ୍କୁ ଚରେଇବା ପାଇଁ ପଠେଇଥିଲେ | ସେହିଦିନ ଠାରୁ ଗୋପାଷ୍ଟମିରେ ଗାଈ ପୂଜା ପାଆନ୍ତି |

ହିନ୍ଦୁ ଧର୍ମ ଅନୁସାରେ ଗାଈଙ୍କ ଭିତରେ ୩୩ କୋଟି ଦେବତା ଥିବା ବିଶ୍ୱାସ କରାଯାଏ | ଫଳରେ ଗାଈଙ୍କ ପୂଜା କଲେ ସବୁ ଦେବଦେବୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି |

ଗୋପାଷ୍ଟମିରେ କେମିତି କରାଯାଏ ଗାଈଙ୍କ ପୂଜା

୧. ବ୍ରାହ୍ମ ମୁହୂର୍ତ୍ତରେ ଗୋମାତା ଏବଂ ବାଛୁରୀଂକୁ ସ୍ନାନ କରାଯାଏ | ଏହାପରେ ଗୋମାତାଙ୍କୁ ସଜାଯାଇଥାଏ | ଗୋମାତା ଗୋଡରେ ଘୁଙ୍ଗୁରୁ ପିନ୍ଧାଯିବା ସହ ଅନ୍ୟାନ୍ୟ ଆଭୂଷଣ ପିନ୍ଧାଯାଇଥାଏ |

୨. ଗାଈ ସିଙ୍ଘରେ ନାଲି ଓଢଣୀ ବନ୍ଧାଯାଏ | ଏହାପରେ ଗୋମାତାଙ୍କୁ ପରିକ୍ରମା କରି ତାଙ୍କୁ ବାହାରକୁ ନିଆଯାଏ ଏବଂ କିଛି ବାଟ ଗୋମାତାଙ୍କ ସହ ଚାଲିବାକୁ ହୁଏ |

୩. ଗୋପାଷ୍ଟମି ଦିନ ଗାଈ ଚାରାଳୀଙ୍କୁ ଦାନ କରିବା ଉଚିତ | ଗୋପାଷ୍ଟମି ସନ୍ଧ୍ୟାରେ ଗୋମାତା ଗୋଠରୁ  ଫେରିବା ପରେ ପୁଣି ଥରେ ତାଙ୍କର ବନ୍ଦାପନା କରି ପୂଜା କରାଯାଇଥାଏ | ଏହି ଦିନ ଗୋମାତାଙ୍କୁ ସବୁଜ ଚାରା, ସବୁଜ ମଟର ଏବଂ ଗୁଡ ଖାଇବାକୁ ଦିଆଯାଇଥାଏ |

୪. ଯେଉଁମାନଙ୍କ ଘରେ ଗାଈ ନଥାନ୍ତି ସେମାନେ ଗୋଶାଳା ଯାଇ ଗୋମାତାଙ୍କ ପୂଜା କରନ୍ତି | ତାଙ୍କୁ ଗଙ୍ଗାଜଳ, ଫୁଲ, ଧୂପ ଦେଇ ପୂଜା କରି ଗୁଡ ଖୁଆଇଥାନ୍ତି |

୫. ଗୋପାଷ୍ଟମିରେ ଗୋମାତାଙ୍କ ପୂଜା କଲେ ଭଗବାନ କୃଷ୍ଣ ବହୁତ ପ୍ରସନ୍ନ ହୋଇଥାନ୍ତି |

୬. ଗୋ ସେବା କରୁଥିବା ବ୍ୟକ୍ତିଙ୍କ ଜୀବନରେ ସଦା ସର୍ବଦା ଧନ ଏବଂ ଖୁସି ଭାରି ରହିଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ଗୋମାତାଙ୍କ ପୂଜା କରିବ ଉଚିତ |

   Related Posts