Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟରେ ପହଞ୍ଚିଲା ଲକଡାଉନ୍‌ରେ ସ୍କୁଲ ଫି ବିବାଦ

1/07/2020 at 6:09 PM

ନୂଆଦିଲ୍ଲୀ ୧।୭:  କରୋନା ସଂକ୍ରମଣ ଯୋଗୁ ଦେଶ ଲକଡାଉନ୍‌ ଥିବା ବେଳେ ପିଲାଙ୍କ ପାଠପଢା ଫି ନେଇ ସ୍କୁଲମାନଙ୍କର ନୋଟିସ୍‌ ଏବେ ଅଭିଭାବକଙ୍କ ଚିନ୍ତା ବଢାଇଛି। ଲକଡାଉନ୍‌ ସମୟରେ ପିଲାଙ୍କ ସ୍କୁଲ ଫି ରିହାତି ସମ୍ପର୍କିତ ଅଭିଭାବକଙ୍କ ଅଭିଯୋଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଭିଭାକମାନେ କୋର୍ଟରେ କରିଥିବା ଅପିଲରେ ସମସ୍ତ ଘରୋଇ ଓ ସହାୟତା ପ୍ରାପ୍ତ ସ୍କୁଲମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନଲାଇନ୍‌ ପାଠପଢା ଲାଗି ବାସ୍ତବିକ୍‌ ଖର୍ଚ୍ଚ ଆଧାରରେ ଆନୁପାତିକ ଶୁଳ୍କ ନେବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।

ବିଭିନ୍ନ ରାଜ୍ୟର ଅଭିଭାବକମାନେ ଏକତ୍ର ହୋଇ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ ଶିକ୍ଷା ମୌଳିକ ଅଧିକାର ରକ୍ଷା କରିବା ଲାଗି ନିବେଦନ କରିଛନ୍ତି। ଏଥିଲାଗି ସେମାନେ କୋର୍ଟରେ କରିଥିବା ପିଟିସନ୍‌ରେ କୋଭିଡ-୧୯ ଲାଗି ଲକଡାଉନ୍‌ ଯୋଗୁ ଅଭିଭାବକଙ୍କ ଉପରେ ଗୁରୁତର ଆର୍ଥିକ ଚାପ ପଡିଛି। ଏଥିରେ ସ୍କୁଲ ଫି ଏବେ ନୂଆ ସମସ୍ୟା ହୋଇ ଉଭା ହୋଇଥିବା ଦର୍ଶାଇଛନ୍ତି।

ଓଡିଶା, ପଞ୍ଜାବ, ହରିୟାଣା, ରାଜସ୍ଥାନ,ଗୁଜୁରାଟ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ମହାରାଷ୍ଟ୍ରର ଅଭିଭାବକମାନେ ଏହି ଆବେଦନ କରିଥିବା ବେଳେ ଅନଲାଇନ୍‌ ପାଠପଢାର ପ୍ରତିକୂଳ ପ୍ରଭାବକୁ ଦେଖି କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଏହାକୁ ନିଷିଦ୍ଧ କରିଥିଲେ। ତେବେ ଅନ୍ୟ ରାଜ୍ୟମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ଏଣୁ ଏବେ ସେହି ସବୁ ରାଜ୍ୟର ସ୍କୁଲମାନେ ଅନଲାଇନ୍‌ ପାଠପଢା ବାହାନାରେ ଛାତ୍ରଛାତ୍ରୀଙ୍କୁ ଲକଡାଉନ୍‌ ସମୟର ଶୁଳ୍କ ପୈଠ କରିବାକୁ ବାଧ୍ୟ କରୁଛନ୍ତି।  

ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କରୋନା ଭାଇରସ୍‌ ମହାମାରୀ ଘୋଷଣା କରିଥିଲେ। ଏଣୁ ଭାରତ ସରକାର ଦେଶରେ କରୋନା ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍‌ ଜାରି କରିଥିଲେ। ଏଥିଲାଗି ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରଭାବିତ ହୋଇଛି। ସେପଟେ ଲକଡାଉନ୍‌ ଯୋଗୁ ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଆୟକୁ ପ୍ରଭାବିତ କରିଛି। ପିଟିସନ ଅନୁସାରେ ଲକଡାଉନ୍‌ ଯୋଗୁ ପ୍ରାୟ ଲୋକେ ଜୀବିକା ହରାଇଛନ୍ତି ଅଥବା ସେମାନଙ୍କ ବେତନ ହ୍ରାସ କରାଯାଇଛି। କେତେକ କ୍ଷେତ୍ରରେ ଲୋକଙ୍କ ଉପାର୍ଜନର ମାଧ୍ୟମ ବନ୍ଦ ହୋଇଯାଇଛି।

   Related Posts