Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଆଡମିଟ୍ କାର୍ଡ ନପାଇ ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ମାମଲା ପହଞ୍ଚିଲା ଥାନାରେ, ୮ ଜଣଙ୍କ ଅଭିଭାବକ ଦେଲେ ଏତଲା

31/07/2021 at 5:56 PM

କଟକ ୩୧।୭: ଆଡମିଟ୍ କାର୍ଡ ନପାଇ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଏବେ ଥାନାରେ ପହଞ୍ଚିଛନ୍ତି । ପରୀକ୍ଷାରୁ ବଞ୍ଚିତ ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ଅଭିଭାବକ ଏ ନେଇ କଟକ ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ ପିଲାମାନେ ଯେଉଁ ଅଧିକାରୀ ବା କର୍ତ୍ତୃପକ୍ଷଙ୍କ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ସେ ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକମାନେ ଏତଲା ମାଧ୍ୟମରେ ନିବେଦନ କରିଛନ୍ତି।

କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର ଅଧିନରେ ପରୀକ୍ଷା ଦେବାକୁ ଫର୍ମ ଫିଲଅପ୍ କରିଥିବା ୧୧ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ମିଳି ପାରିନଥିଲା। ଫଳରେ ସେହି ଛାତ୍ରଛାତ୍ରୀମାନେ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଟକ ବାଲୁବଜାର ସରସ୍ବତୀ ଶିଶୁ ମନ୍ଦିର ଓ ଜଗତପୁର ନିମପୁର ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନେ ରହିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଏହି ପିଲାମାନଙ୍କର ଫର୍ମ ଫିଲଅପ୍ କରାଇବାର କୌଣସି ତଥ୍ୟ ବୋର୍ଡକୁ ପଠାଇ ନଥିବା ଶୁକ୍ରବାର ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ।

ସେପଟେ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ନିଜ ଭୁଲ ସ୍ବୀକାର କରିଥିଲେ ମଧ୍ୟ ୨୭ ତାରିଖରେ ଏ ବାବଦରେ ବୋର୍ଡକୁ ଅବଗତ କରିଥିଲେ ବୋଲି କହିଛନ୍ତି। ଏହାସହ ଲିଖିତ ଆକାରରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ବୋର୍ଡକୁ ଦେଇଥିବା କହିଛନ୍ତି। ତା ପରେ ବି ବୋର୍ଡ କର୍ତ୍ତୃପକ୍ଷ କାହିଁକି ପଦକ୍ଷେପ ନେଲେନି ବୋଲି ପ୍ରଶ୍ନ କରିଛନ୍ତି କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ। ସେପଟେ ଏଭଳି ଦାୟିତ୍ବହୀନ ସ୍କୁଲର ପଞ୍ଜୀକରଣ ରଦ୍ଦ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

   Related Posts