ଅବଦାନକୁ ଭୁଲିନି ପୋଲିସ ବିଭାଗ, ମୃତ୍ୟୁ ପରେ ଦିଆଗଲା ଗାର୍ଡ ଅଫ୍ ଅନର
30/07/2020 at 11:30 AM

ନବରଙ୍ଗପୁର ୩୦।୦୭: ତାରାକୁ ଗାର୍ଡ ଅଫ ଅନର । ନବରଙ୍ଗପୁର ଏସ୍ପି ନୀତିନ କୁଶଲକର ନିଜେ ଉପସ୍ଥିତ ଥିଲେ । ପୋଲିସ ବାହିନୀ ଏକ ଭାବାବେଗ ପରିବେଶ ମଧ୍ୟରେ ଦେଇଛି ଶେଷ ଶ୍ରଦ୍ଧାଞ୍ଜଳି । ଦୀର୍ଘ ଦିନ ଧରି ପୋଲିସ ବିଭାଗର ଡଗ୍ ସ୍କ୍ବାଡରେ ସେବା ଯୋଗାଇଥିଲା ତାରା ।

ପୋଲିସ ବାହିନୀରେ ଯୋଗ ଦେବା ପରେ ନବରଙ୍ଗପୁର ପୋଲିସର ଅନେକ ଜଟିଳ ମିଶନରେ ସାମିଲ ଥିଲା । ଅନେକ ଅପରାଧୀଙ୍କ ବିଷୟରେ ସୁରାକ ଦେଇ ପୋଲିସ ପାଇଁ ଅନେକ ସଫଳତା ଆଣିଦେଇଥିଲା ତାରା। ନବରଙ୍ଗପୁର ପୋଲିସ ପାଇଁ ସେ ଥିଲା ଏକ ଟ୍ରମ୍ପ କାର୍ଡ ।

ତାରାର ଅବଦାନକୁ ଭୁଲି ନଥିଲା ପୋଲିସ ବିଭାଗ । ମୃତ୍ୟୁ ପରେ ତାକୁ ସମ୍ମାନ ଦେବା ପାଇଁ ନିଜେ ଏସପି ନୀତିନ କୁଶଲକର ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଗାର୍ଡ ଅଫ ଅନର ପରେ ଶେଷ କୃତ୍ୟରେ ଏସ୍ପି ନିଜେ ସାମିଲ ହୋଇଥିଲେ ।