GST ପରିସରଭୁକ୍ତ ହେବନାହିଁ ପେଟ୍ରୋଲ-ଡିଜେଲ; ଲୁହା, କପର ଓ ମାଙ୍ଗାନିଜ୍ ଉପରେ ବଢିଲା ଦ୍ରବ୍ୟ ଏବଂ ସେବା କର

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : ଜିଏସ୍‌ଟି ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ ଏବଂ ଡିଜେଲ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଦ୍ରବ୍ୟ ଏବଂ ସେବା କର (GST) ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଜିଏସ୍‌ଟି ପରିଷରଭୁକ୍ତ ହେଲେ ଦର କମିବ ବୋଲି ଆଶା କରାଯାଉଥିଲା । ଏପରି ହେଲେ ପେଟ୍ରୋଲ ଦର ୭୫ ଟଙ୍କାକୁ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ GST ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲରେ ଜିଏସ୍‌ଟି ଲାଗୁ ହେବା ନେଇ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି ।

ଜିଏସ୍‌ଟି କାଉନସିଲ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣାଯାଉଥିଲା । କିନ୍ତୁ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲାଗୁହେବ ନାହିଁ । ତୈଳ ଦର ଉପରେ GST ଲାଗୁ ହୋଇଥିଲେ ଦର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ବିରୋଧ କରୁଛନ୍ତି । କେରଳ ଏବଂ ମହାରାଷ୍ଟ୍ର ତୈଳ ଦରରେ ଜିଏସ୍‌ଟି ଲାଗୁକରିବାକୁ ନେଇ ବିରୋଧ କରିଆସୁଛନ୍ତି ।

ଜିଏସ୍‌ଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟଗୁଡିକ ଉପରେ ଲାଗୁ ହେଉଥିବା କର ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବାୟୋ ଡିଜେଲ ଦର ହ୍ରାସ ପାଇଛି । ପୂର୍ବରୁ ବାୟୋ ଡିଜେଲ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଥିବା ବେଳେ ଏଣିକି ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ । ଲୁହା, କପର ଏବଂ ମାଙ୍ଗାନିଜ୍‌ ଉପରେ ଜିଏସ୍‌ଟି ବୃଦ୍ଧିପାଇଛି । ଏହି ସବୁ ଦ୍ରବ୍ୟ ଉପରେ ଜିଏସ୍‌ଟି ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.