Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୧୦୦୪ କୋଟି ଟଙ୍କାର ଜାଲ୍ ବିଲ୍, ୧୪୬ କୋଟିର ରିଫଣ୍ଡ୍ ହେରଫେର, ୫ ଜଣ ଗିରଫ

24/01/2021 at 3:54 PM

ଜୟପୁର, ୨୪/୦୧ : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା ବିଷ୍ଣୁ ଗର୍ଗ ବିଭିନ୍ନ କମ୍ପାନୀ ଆରମ୍ଭ କରି ନକଲି ବିଲ୍ ସାହାଯ୍ୟରେ ଜିଏସ୍‌ଟି ଠକେଇ କରୁଥିଲେ । ଏନେଇ ଜିଏସ୍‌ଟି ଇଣ୍ଟେଲିଜେନ୍ସର ଡାଇରେକ୍ଟର ଜେନେରାଲ ବିଷ୍ଣୁଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ସମେତ ୫ ଜଣଙ୍କୁ ଗରିଫ କରିଛନ୍ତି ।

ଏହି ୫ ଜଣ ମିଶି ପ୍ରାୟ ୨୫ଟି କମ୍ପାନୀ କରି ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଦିଲ୍ଲୀ ଓ ମୁମ୍ୱାଇ ସମେତ ଅନ୍ୟ କିଛି ରାଜ୍ୟରେ ନିଜ ଦ୍ରବ୍ୟକୁ ବିକ୍ରି କରି ୧ ହଜାର ୪ କୋଟି ଟଙ୍କାର ନକଲି ବିଲ୍ କାଟିଥିଲେ । ଏଥି ସହିତ ୧୪୬ କୋଟି ଟଙ୍କାର ରିଫଣ୍ଡ ବି ନେଇଥିଲେ । ମାଷ୍ଟର ମାଇଣ୍ଡ ବିଷ୍ଣୁ ଗର୍ଗ ପାଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇଥିବା ଦସ୍ତାବିଜରୁ ସେ ପାଖାପାଖି ୨ ଶହ ଫାର୍ମ ପାଇଁ ଚାଲାଣ କାଟିଥିବା ଜଣା ପଡ଼ିଛି । କାଠ, ସ୍କ୍ରାପ୍, ପ୍ଲାଇ-ଉଡ୍ ଏବଂ ସୁନା ଇତ୍ୟାଦି କ୍ରୟ ଓ ବିକ୍ରୟ ସମ୍ବନ୍ଧୀୟ ବିଲ୍ ସେମାନଙ୍କଠାରୁ ଜବତ କରାଯାଇଛି । ସର୍ବାଧିକ ସଂଖ୍ୟକ କାରବାର ପାଞ୍ଚଟି କମ୍ପାନୀ ମାଧ୍ୟମରେ ହୋଇଥିବା ଜିଏସ୍‌ଟି ବିଭାଗ ସୂଚନା ଦେଇଛି ।

ମେସର୍ସ ବିକାଶ ଟ୍ରେଡିଙ୍ଗ୍‌ କମ୍ପାନୀ, ମେସର୍ସ ଶ୍ୟାମ ଟ୍ରେଡର୍ସ, ମେସର୍ସ ବିନାୟକ ଆସୋସିଏଟ୍, ମେସର୍ସ ଏପି ଏଣ୍ଟରପ୍ରାଇଜର୍ସ, ମେସର୍ସ ବିକେ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କର୍ପୋରେସନ୍ ନାମକ ଏହି କମ୍ପାନୀଗୁଡ଼ିକ ପ୍ରକୃତ ଯୋଗାଣ ବିନା ନକଲି ବିଲ୍ ପ୍ରସ୍ତୁତ କରି ଇନପୁଟ୍ କ୍ରେଡିଟ୍ ପାଇବାକୁ ଷଡ଼ଯନ୍ତ୍ର କରିଥିବା ସୂଚନା ମିଳିଛି ।

   Related Posts