ପରିବା ଦୋକାନୀଙ୍କ ନାଁରେ ୧୦୯ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ
15/12/2020 at 11:20 AM

ରାଉରକେଲା ୧୫।୧୨: ରାଉରକେଲାରେ ପୁଣି ଜିଏସ୍ଟି ଠକେଇ ଅଭିଯୋଗ । ଜଣେ ପରିବା ଦୋକାନୀଙ୍କ ନାଁରେ ପ୍ରାୟ ୧୦୯ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିଛି । ଚାଷୀ, ଡେଲିଭରି ବୟ, ମିସ୍ତ୍ରୀଙ୍କ ପରେ ଏଥର ଜିଏସ୍ଟି ଠକେଇର ମୋହରା ସାଜିଛନ୍ତି ଜଣେ ପରିବା ଦୋକାନୀ।
ରାଉରକେଲାର କୋଏଲନଗରରେ ପରିବା ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ଆସିଛି ୧୦୯ କୋଟିର ଜିଏସ୍ଟି ଠକେଇ ଅଭିଯୋଗ। କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି। କମ୍ପାନୀ ବିଷୟରେ ଦୋକାନୀ ଜଣକ କିଛି ଜାଣି ନ ଥିବା ବେଳେ ଏବେ ଏତେ ଟଙ୍କାର ଜିଏସ୍ଟି ଠକେଇ ନୋଟିସ ପରେ କାର୍ତ୍ତିକ ଏବଂ ତାଙ୍କ ପରିବାର ମୁଣ୍ଡରେ ଚଡକ ପଡିଛି। ତାଙ୍କ ଅଜାଣତରେ କିପରି ଏତେ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିଛି ।
ସୂଚନାଯୋଗ୍ୟ ଯେ, ରାଉରକେଲାରେ ଲଗାତର ଭାବେ ଜିଏସ୍ଟି ଠକେଇର ଅଭିଯୋଗ ସାମ୍ନାକୁ ଆସୁଛି । ଏପିରିକି ଗତ କିଛି ଦିନ ତଳେ ୧୭୦ କୋଟି ଟଙ୍କା ଆୟକର ଠକେଇ ଅଭିଯୋଗରେ ୧୭ଜଣଙ୍କୁ ଗିରଫ କରାଯାଇଥିଲା । ୩ଟି ଫେକ୍ କମ୍ପାନୀ ଖୋଲି ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ କାରବାର କରୁଥିଲେ । ଜାଲ୍ ଦସ୍ତାବିଜ ଜବତ କରିବା ସହ ଆରମ୍ଭ କରାଯାଇଥିଲା ଛାନ୍ଭିନ୍ । ୧୭ଗୋଟି ଜାଲ କମ୍ପାନୀ ଖୋଲି ୧୭୦କୋଟି ଟଙ୍କାର କଳା ଧନ ଠାବ କରିଥିବା ଅଭିଯୋଗରେ ଛଡାଉ କରିଥିଲା ସେଣ୍ଟ୍ରାଲ ଆୟକର ବିଭାଗ।