ଷ୍ଟିଙ୍ଗ୍‌ରେ ଧରାପଡିଛି ବଡ GST ଠକେଇ : ବିନା ବିଲ୍‌ରେ ଟ୍ରକ୍ ଟ୍ରକ୍ ରଡ୍ ବିକ୍ରି, ନ୍ୟୁଜ୍ ସେଭେନ୍ କ୍ୟାମେରା ଆଗରେ ମାନିଛନ୍ତି ବ୍ୟବସାୟୀ

Published By : Prameya-News7 Bureau | February 19, 2020 IST

ବାଲେଶ୍ବର ୧୯।୦୨:  ଚୋର ,ଖାଲି ଚୋର ନୁହେଁ, ବଡ ଚୋର । ମାସକୁ କୋଟି କୋଟି ଟଙ୍କା ଚୋରି କରୁଛନ୍ତି ।  ଆମେ ଜିଏସ୍‌ଟି ଠକେଇ କଥା କହୁଛି ।  କୋଟି କୋଟି ଜିଏସଟି ଟଙ୍କା ଚଳୁ କରୁଛନ୍ତି ଫ୍ୟାକ୍ଟ୍ରି ମାଲିକ ଆଉ ଦଲାଲ । ନ୍ୟୁଜ୍7ର ଷ୍ଟିଙ୍ଗ ଅପରେସନରେ ଧରା ପଡିଛି ଏହି ହାଇଟେକ୍ ଚୋରି । ବିନା ବିଲ୍‌ରେ ବିକ୍ରି କରୁଛନ୍ତି ଟ୍ରକ ଟ୍ରକ ରଡ( ଟିଏମଟି ବାର୍) । ଏକଥାକୁ ନିଜେ ସ୍ବୀକାର କରୁଛନ୍ତି ରଡ ହୋଲ୍‌ସେଲ ବ୍ୟବୟାୟୀ । ଫ୍ୟାକ୍ଟ୍ରିରୁ ରଡ ପରିବହନ କରୁଥିବା ଟ୍ରକର ଡ୍ରାଇଭର ବି ଖୁଲାସା କରିଛନ୍ତି ଏହି କଳା କାରନାମାର ଭିତରି କାହାଣୀ । ତବେ କେଉ ରଡ୍ ଫ୍ୟାକ୍ଟ୍ରି ଆଉ କିଏ ସେ ଦଲାଲ । କେମିତି କରୁଛନ୍ତି ଚୋରି ଦେଖନ୍ତୁ ଏହି ରିପୋର୍ଟ ।  

wp:html /wp:html

ଗୋଟିଏ ଦେଶ , ଗୋଟିଏ ଟ୍ୟାକ୍ସ । ସେଥିପାଇଁ ତ ସରକାର ଜିଏସ୍‌ଟି ପ୍ରଚଳନ କଲେ । ଜିଏସଟି- ଗୁଡ୍ସ ସର୍ଭିସ ଟ୍ୟାକ୍ସ , ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ଅଧା ଅଧା ପାଇବେ । ତେବେ ସରକାରୀ ବାବୁଙ୍କ ଆଖିରେ ଆଙ୍ଗୁଠି ଦେଇ  ଜିଏସଟି ଟଙ୍କାକୁ ଚୋରି କରିନେଉଛନ୍ତି ଫ୍ୟାକ୍ଟ୍ରି ମାଲିକ ଆଉ ଦଲାଲ । ଟିଏମଟି ବାର୍ ଅର୍ଥ।ତ ରଡ କିଣିଲେ ଅଠର ପ୍ରତିଶତ ଜିଏସଟି ଦେବାକୁ ପଡିଥାଏ । ଗୋଟିଏ ଦଶ ଚକିଆ ଟ୍ରକରେ 25ମ୍ୟାଟ୍ରିକ ଟନ ରଡ ଆସୁଛି । ଯାହାର ମୂଲ୍ୟ 12 ଲକ୍ଷ ଟଙ୍କା । ଆଉ ସେଥିରୁ ଜିଏସଟି ବାବଦରେ ସରକାର ଦୁଇ ଲକ୍ଷରୁ ଅଧିକ ଟଙ୍କା ପାଇବା କଥା । ତେବେ  ଫ୍ୟାକ୍ଟ୍ରି ରଡ ବିକ୍ରି ହେଉଛି ବିଲରେ ସତ । ହେଲେ ଗୋଟିଏ ବିଲରେ ଚାରିରୁ ପାଞ୍ଚ ଟ୍ରକ ରଡ ବିକ୍ରି କରାଯାଉଛି । ସେହି ଗୋଟିଏ ବିଲରେ ଦଶ ଲକ୍ଷ ଟଙ୍କାର ଜିଏସଟି ହରାଉଛି ସରକାର । ନ୍ୟୁଜ୍7ର ଷ୍ଟିଙ୍ଗ ଅପରେସନରେ ଏକଥା ଧରା ପଡିଛି । ଜଣେ ରଡ ହୋଲସେଲର କଣ କହୁଛନ୍ତି ।ଟିକେ ଶୁଣି ନିଅନ୍ତୁ । 

{"id":226289,"sizeSlug":"large"}

ଦେଖିଲେ ତ, ବିନା ବିଲ୍‌ରେ କେମିତି କରୁଛନ୍ତି କାରବାର । ପୁଣି ହାତାହାତି ଯାଇ ଟଙ୍କା ନେଇକି ଆସୁଛନ୍ତି । ବିଲ୍ ଆଉ ନନ୍ ବିଲ ଭିତରେ ହଜାରେ ଟଙ୍କାର ପାର୍ଥକ୍ୟ ରହିଛ । ନିଜେ ବ୍ୟବସାୟୀ ନିଜ ମୁହଁରେ କହୁଛନ୍ତି । ପୁଣି କହୁଛନ୍ତି ଶୀଘ୍ର ଶୀଘ୍ର ଗାଡି ଖାଲି କରିବ । ଗାଡି ପାଇଁ ଆସିଥିବା ଓେ-ବିଲ୍ ଟାଇମ୍ ସରିବା ଆଗରୁ ଚାରି ପାଂଚ ଟ୍ରିପ ଉଠାଇ ଦେଉଛନ୍ତି । ଦଲାଲ ଜଣକ କଥା ହୋଇ ସାରିବା ପରେ ନିଜ ମୋବାଇଲରୁ ମସେଜ ବି କରିଦଲେ । ଦେଖନ୍ତୁ ସେହି ମସେଜକୁ, ଆଉ ସେହି ମସେଜରେ ଉଇଦାଉଟ୍ ବିଲ ବୋଲି ଲେଖି ଦେଇଛନ୍ତି । ତେବେ କେବଳ ଏହି ହୋଲସେଲର ଏକା ଏଭଳି କାମ କରୁଛନ୍ତି । ଅନ୍ୟମାନେ ବି ସମାନ ଭାବେ ଚୋରି କରୁଛନ୍ତି ।   

{"id":226292,"sizeSlug":"large"}

ଶୁଣିଲେ ତ, ଫ୍ୟାକ୍ଟ୍ରି ନାଁ ହେଉଛି ନ୍ୟୁ ଲକ୍ଷ୍ମୀ ଷ୍ଟିଲ । ଖୋର୍ଦ୍ଧ। ସହର ନିକଟରେ ରହିଛି ଏହି ରଡ କାରଖାନା । ଏଠାରୁ କାମଧେନୁ ଟିଏମଟି ତିଆରି କରାଯାଏ । ଆଉ ଏହି କାରଖାନାରେ ଜିଏସଟିର କଳା କାରନାମା ଚାଲିଛି । ବାଲେଶ୍ବର ଜିଲ୍ଲାର ଜଳେଶ୍ବର ନାଁରେ କଟାଯାଉଛି ବିଲ୍ ।

{"id":226305,"sizeSlug":"large"}

ଆଉ ସେହି ଗୋଟାଏ ବିଲରେ 4ରୁ 5ଟ୍ରକ ରଡ ଅଣା ଯାଉଛି । ସେହି ଫ୍ୟାକ୍ଟ୍ରିରେ ଅନ୍ୟମାନେ ବି ଏମିତି କରୁଛନ୍ତି । ମୋଟ ଉପରେ ଖୋର୍ଦ୍ଧାର ନ୍ୟୁ ଲକ୍ଷ୍ମୀ ଷ୍ଟିଲ ପ୍ଲାଂଟ ମାସକୁ କୋଟି କୋଟି ଟଙ୍କା ଜିଏସଟି ଫାଙ୍କି ଦେଉଛି । ଜିଏସଟି ଫାଙ୍କିଲେ ପାଂଚ ବର୍ଷ ଯାଏଁ ଜେଲ ଦଣ୍ଡ ରହିଛି । ତେବେ ଏଥି ପ୍ରତି ଜିଏସଟି ଅଧିକାରୀଙ୍କ ନଜର କେମିତି ପଡୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.