ରାଜଧାନୀ​‌ରେ ୨୯୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ: ପର୍ଦ୍ଦାଫାଶ କଲା ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍, ୨ ଗିରଫ

Published By : Prameya-News7 Bureau | March 12, 2020 IST

ଭୁବନେଶ୍ବର୧୨/୩: ସାମ୍ନାକୁ ଆସିଲା ଜିଏସ୍‌ଟି ଠକେଇ। ଏହା କୌଣସି ଗାଁରେ ନୁହେଁ ଖୋଦ୍‌ ରାଜଧାନୀରେ ଜିଏସ୍‌ଟି ଠକ୍‌ ଧରା ପଡ଼ିଛନ୍ତି। ରାଜ୍ୟ  ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଦ୍ବାରା ୨୯୪ କୋଟି ଟଙ୍କାର ଜାଲ ବିଲର ପର୍ଦ୍ଦାଫାଶ ହୋଇଛି। ଜାଲ ବିଲ ମାଧ୍ୟମରେ ୫୨.୭୭ କୋଟି ଟଙ୍କାର ଜାଲ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ କରିଥିଲେ ଦୁଇଜଣ ଅଭିଯୁକ୍ତ।

ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ଶୈଳଶ୍ରୀ ବିହାର ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରାଉଗୀ। କଳାହାଣ୍ଡିର ୧୧ ଜଣ ଓ କନ୍ଧମାଳର କିଛି ନିରୀହ ଗାଁ ଲୋକଙ୍କ ନାଁରେ ଜାଲ କମ୍ପାନୀ କରି ଠକେଇ କରିଥିଲେ ଏହି ଦୁଇ ଅଭିଯୁକ୍ତ। ଲୁହା ଇନଗଟ, ଲୁହା ରଡ, ସ୍କ୍ରାପ ଆଦି ସାମଗ୍ରୀ ଉପରେ ଏହି ଠକେଇ କରାଯାଇଛି। ଏ ସଂପର୍କରେ ଜିଏସ୍‌ଟି କମିଶନର ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଲୋହାନୀ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ବରରେ ଚାଲିଥିବା ଜିଏସ୍‌ଟି ଠକେଇ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଅନ୍ୟ କୌଣସି ସ୍ଥାନରେ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଏସ୍‌ଟି ମାଧ୍ୟମରେ ହଜାର ହଜାର ଲୋକ ଠକାମିର ଶିକାର ହେଉଛନ୍ତି ତେଣୁ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ଲୋହାନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.