Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟବସାୟୀଙ୍କ ପାଇଁ ବଡ ଖବର : ଜିଏସଟି ରିଟର୍ନ ସମୟସୀମା ଅକ୍ଟୋବର ୩୧ ତାରିଖ ଯାଏଁ ବଢ଼ିଲା

1/09/2020 at 2:05 PM

ନୂଆଦିଲ୍ଲୀ ୦୧/୦୯ : କରୋନା ସଙ୍କଟ ମଧ୍ୟରେ ବ୍ୟବସାୟୀଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି | ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି | କମ୍ପୋଜିସନ ସ୍କିମ ଅନୁସାରେ ସରକାର ଡିଲରଙ୍କୁ ଆଶ୍ବସ୍ତି ଦେଇଛନ୍ତି | ସରକାର ୨୦୧୯-୨୦ ଆର୍ଥିକ ବର୍ଷ ଜିଏସଟି ରିଟର୍ନ ଦାଖଲ କରିବାକୁ ସମୟସୀମା ଦୁଇ ମାସ ବୃଦ୍ଧି କରିଛନ୍ତି | ଜିଏସଟି ରିଟର୍ନ ଦାଖଲ ସମୟସୀମା ୨୦୨୦ ଅକ୍ଟୋବର ୩୧ ଯାଏଁ ବଢ଼ାଇ ଦିଆଯାଇଛି |

ଗତ କିଛି ମାସ ମଧ୍ୟରେ ଦ୍ୱିତୀୟଥର ପାଇଁ ରିଟର୍ନ ଦାଖଲ ସମୟସୀମା ବଢ଼ାଇ ଦିଆଯାଇଛି | ଏହା ପୂର୍ବରୁ ରିଟର୍ନ ଦାଖଲର ଶେଷ ତାରିଖ ଜୁଲାଇ ୧୫ ତାରିଖରେ ଥିଲା | ଏହାପରେ ଶେଷ ତାରିଖ ଅଗଷ୍ଟ ୩୧ ତାରିଖ କରାଯାଇଥିଲା | କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ (ସିବିଆଇସି) ଏକ ଟ୍ୱିଟରେ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷ ଜିଏସଟି ରିଟର୍ନ ଶେଷ ତାରିଖ ବଢ଼ାଇ ୨୦୨୦ ଅକ୍ଟୋବର ୩୧ ତାରିଖକୁ କରାଯାଇଛି |

ଜିଏସଟି ଅନୁସାରେ, ଯେକୌଣସି ଟ୍ୟାକ୍ସ ପେୟର ଯାହାର ବାର୍ଷିକ ବ୍ୟବସାୟ ଦେଢ଼ କୋଟି ଟଙ୍କା ଯାଏଁ ରହିଛି, ସେମାନେ କମ୍ପୋଜିସନ ସ୍କିମ ଆପଣେଇ ପାରିବେ | ଏହି ସ୍କିମ ଅଧୀନରେ ବ୍ୟବସାୟୀଙ୍କୁ ଏକ ପ୍ରତିଶତ ଦରରେ ଜିଏସଟି ଦେବାକୁ ପଡିବ | ଆଲକୋହଲ ପରଶୁନଥିବା ରେସ୍ତୋରାଁକୁ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ |

   Related Posts