ବୈଦ୍ୟୁତିକ ଯାନ ଉପରୁ ହ୍ରାସ ପାଇଲା ଜିଏସଟି ହାର, ଜାଣନ୍ତୁ କେତେ
28/07/2019 at 10:02 PM

ନୂଆଦିଲ୍ଲୀ ୨୮।୭: ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବ୍ୟତୀତ ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ଏବଂ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପରିଷଦ ନିମ୍ନଲଖିତ ସୁପାରିଶ ପ୍ରଦାନ କରିଛି ।
ଦ୍ରବ୍ୟ ଓ ସେବାର ଯୋଗାଣ ଉପରେ ଜିଏସଟି ହାର ଲାଗୁଜନିତ ପରିବର୍ତନ-
ସମସ୍ତ ବୈଦ୍ୟୁତିକ ଯାନ ଉପରେ ଲାଗୁ ଜିଏସଟି ହାରରେ ୧୨ରୁ୫ ପ୍ରତିଶତ ହ୍ରାସ ।
ବୈଦ୍ୟୁତିକ ଯାନର ଚାର୍ଜର ଓ ଚାର୍ଜିଂ ଷ୍ଟେସନ ଉପରେ ଲାଗୁ ଜିଏସଟି ହାର ୧୮ପ୍ରତିଶତରୁ ୫ପ୍ରତିଶତ ହ୍ରାସ ।
ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ (୧୨ରୁ ଅଧିକ ଯାତ୍ରୀ ବହନ କରୁଥିବା କ୍ଷମତା ବିଶିଷ୍ଟ)ଗୁଡ଼ିକୁ ଜିଏସଟିରୁ ମୁକ୍ତ କରାଯିବ ।
ଏହି ପରିବର୍ତନ ଅଗଷ୍ଟ ୧, ୨୦୧୯ରୁ ଲାଗୁ କରାଯିବ ।
ଜିଏସଟି ଆଇନରେ ପରିବର୍ତନ-
୭.୦୩.୨୦୧୯ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ନଂ.୨/୨୦୧୯-କେନ୍ଦ୍ରୀୟ ରାଜସ୍ୱ (ହାର) ଅନୁଯାୟୀ କର ଦେୟ ସୁବିଧା ଉପଲବ୍ଧ କରିବା ପାଇଁ ଫର୍ମ ଜିଏସଟିସିଏମପି-୦୨ ପୁରଣ କରି ଆବେଦନ କରିବାର ତାରିଖକୁ ୩୧.୦୭.୨୦୧୯ରୁ ୩୦.୦୯.୨୦୧୯କୁ ବୃଦ୍ଧି କରାଯାଇଛି ।
୨୦୧୯ଏପ୍ରିଲରୁ ୨୦୧୯ଜୁନ ପର୍ଯ୍ୟନ୍ତ ଏହି ୪ ମାସ ପାଇଁ କର ଦେୟ ସମ୍ବନ୍ଧୀୟ ସମସ୍ତ ସୂଚନା ଫର୍ମ ଜିଏସଟି ସିଏମପି-୦୮ରେ ପ୍ରଦାନ ନିମନ୍ତେ ସମୟସୀମା ୩୧.୭.୨୦୧୯ରୁ ୩୧.୮.୨୦୧୯କୁ ବୃଦ୍ଧି କରାଯାଇଛି ।