ଜିଏସ୍‌ଟି ଠକେଇ ଅଭିଯୋଗ, ଗହଣା ଦୋକାନରେ ଚଢଉ

Published By : Prameya-News7 Bureau | January 18, 2022 IST

ଉଦଳା ୧୮।୦୧: ଗହଣା ଦୋକାନରେ ଜିଏସ୍‌ଟି ଚଢାଉ । ମୟୁରଭଞ୍ଜ ଜିଲ୍ଲା ଉଦଳା ରେ ଥିବା ବିଜୟ ଜୁଏଲାରୀ ଦୋକାନାରେ ଚାଲିଛି ଜିଏସ୍‌ଟି ଚଢାଉ । ବାରିପଦା ଏବଂ ବାଲେଶ୍ୱର ଟିମ୍‌ ଏହି ଚଢାଉରେ ସାମିଲ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ଜିଏସ୍‌ଟି ଠକେଇ ଅଭିଯୋଗରେ ଜୁଏଲାରୀ ଦୋକାନରେ ଚଢାଉ ହୋଇଛି । ପ୍ରାୟ ୨ ଘଣ୍ଟା ହେବ ରେଡ୍‌ ଜାରି ରହିଥିବା ସୂଚନା ମିଳିଛି । ଏହି ଚଢାଉରେ ବାରିପଦା ଓ ବାଲେଶ୍ୱରର ଟିମ୍‌ ସାମିଲ ଥିବା ଖବର ମିଳିଛି । ତେବେ ଏବେ ଯାଏଁ କେତେ ପରିମାଣର ଜିଏସ୍‌ଟି ଠକେଇ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବାର ତଥ୍ୟ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.