Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସମ୍ବଲପୁରରେ GST ରେଡ୍, ୩ଟି ଗୁଟଖା ଫ୍ୟାକ୍ଟ୍ରି ଉପରେ ଛାପା

12/09/2020 at 12:23 PM

ସମ୍ବଲପୁର ୧୨।୦୯: ସମ୍ବଲପୁରରେ ଘରୋଇ ଗୁଟଖା କମ୍ପାନୀର ବିଭିନ୍ନ ଫ୍ୟାକ୍ଟ୍ରି ଉପରେ ଜିଏସଟି ଷ୍ଟେଟ୍ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଚଢ଼ାଉ କରିଛି । ତିନୋଟି ସ୍ଥାନରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଛାପା ମାରିଛି | ଶାସନଠାରେ ଥିବା କେ ପି .ସୁଗନ୍ଧ ,  ନାରାୟଣୀ ଟ୍ରେଡିଙ୍ଗ ଓ କେ.ୱାଇ ତମ୍ବାଖୁ ପ୍ରଡକ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଛି ।

ଜାଲ କାଗଜପତ୍ର ତିଆରି କରି ଏସବୁ କମ୍ପାନୀ GST ଫାଙ୍କୁଥିବା ଅଭିଯୋଗ ଆସିବା ପରେ  ଚଢ଼ାଉ କରାଯାଇଥିବା ଜିଏସଟି ଡେପୁଟି କମିଶନର ମନ୍ମଥ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ବ୍ୟବସାୟୀଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଫେକ୍ଟ୍ରିରୁ  ଜାଲ୍ କାଗଜପତ୍ର ସିଜ କରାଯାଇଛି।

ଚଡାଉ କରୁଥିବା ଟିମରେ ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରର ବହୁ ଅଧିକାରୀ ସାମିଲ ଥିବା ଜଣା ପଡ଼ିଛି। ଗତକାଲିରୁ ଆରମ୍ଭ ହୋଇଥିବା ଏହି ଚଢାଉ ଆଜି ବି ଜାରି ରହିଛି । ପ୍ରାଥମିକ ତଦନ୍ତରୁ କୋଟିଏ ଟଙ୍କାର ଜିଏସଟି ଓ ଅନ୍ୟ ଟିକସ ଠକେଇ ହୋଇଥିବା ସୂଚନା ମିଳିଛି । କମ୍ପାନୀର ୩ଟି ମାଲ ବୋଝେଇ ଟ୍ରକ ଅଟକ ରଖାଯାଇଛି ।

   Related Posts