ସିମେଣ୍ଟ ଗୋଦାମ୍ରେ ଜିଏସ୍ଟି ଚଢାଉ, ଟିକସ୍ ଫାଙ୍କୁଥିବା ଅଭିଯୋଗରେ ରେଡ୍
8/03/2021 at 2:12 PM

କଣ୍ଟାବାଞ୍ଜି ୦୮।୦୩ : ସିମେଣ୍ଟ ଗୋଦାମ୍ରେ ଜିଏସ୍ଟି ଚଢାଉ । ଟିକସ ଫାଙ୍କୁ ଥିବା ଅଭିଯୋଗରେ ଜିଏସ୍ଟି ଟିମ୍ର ଚଢାଉ କରିଛି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।
କଣ୍ଟାବାଞ୍ଜି ସହରରେ ଆଜି ଏକ ବଡ଼ ଧରଣର ଜିଏସ୍ଟି ଚଢ଼ାଉ ହୋଇଛି । କଣ୍ଟାବାଞ୍ଜିରୁ ବଲାଙ୍ଗୀର ଯିବା ରାସ୍ତା ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଟେକଚନ୍ଦ ସତ୍ୟ ନାରାୟଣ , କେ.ଏସ ଏଣ୍ଡ ସନ , କେ.ଏସ ସେଲ ନାମକ ୩ଟି ସିମେଣ୍ଟ ଗୋଦାମରେ ବଲାଙ୍ଗୀର, ଭବାନୀପାଟଣା ଜିଏସ୍ଟି ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରିଛି । ଜିଏସ୍ଟି ଅଧିକାରୀ ମାନେ ସିମେଣ୍ଟ ଗୋଦାମରେ ଥିବା ଷ୍ଟକ ଯାଞ୍ଚ ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି । ତେବେ ଏ ନେଇ ଜିଏସ୍ଟି ଅଧିକାରୀ କୌଣସି ତଥ୍ୟ ଦେବାକୁ ମନା କରିଥିଲେ ।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021