ବରଗଡ଼ରେ ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଚଢ଼ାଉ ଜାରି

Published By : Prameya-News7 Bureau | May 18, 2022 IST

ବରଗଡ଼, ୧୮/୦୫: ବରଗଡ଼ର ୫ଟି ସ୍ଥାନରେ GST ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ବାଲ ଗୋପାଲ ଫୁଡ଼ ପ୍ରଡକ୍ଟସ, ଦେଓସର୍ବାଲି ଅଏଲ ମିଲ, ବୈଷ୍ନୌ ଦେବୀ ଅଏଲ ମିଲ, ଗୋବିନ୍ଦପୁର ସ୍ଥିତ BRMC ଅଏଲ ମିଲ ଓ  ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନାଗେନ ପାଲି ସ୍ଥିତ ଶ୍ରୀ କ୍ରିଷ୍ଣା ଶଲଭେଣ୍ଟ ଅଏଲ ମିଲରେ ଚଢାଉଜାରି ରହିଛି । ତେବେ GST ର ପାଞ୍ଚୋଟି ଟିମ ବରଗଡ଼ ଜିଲ୍ଲାରେ ଠକେଇ ଅଭିଯୋଗରେ ଚଢ଼ାଉ ଜାରି ରଖିଛନ୍ତି । ଏଥିରେ ସମ୍ବଲପୁର, ଝାରସୁଗୁଡା ସହ ବରଗଡ଼ର ଦୁଇଟି ଟିମ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.