ଜିଏସଟି ଫାଙ୍କିବା ସନ୍ଦେହରେ ପଦ୍ମପୁର ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ

Published By : Prameya-News7 Bureau | September 18, 2021 IST

ପଦ୍ମପୁର ୧୮।୯: ବରଗଡ଼ ଜିଲ୍ଲା ପଦ୍ମପୁରରେ ଠକେଇ କରି ଜିଏସଟି ଫାଙ୍କିଥିବା ସନ୍ଦେହରେ ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦ୍ୟନାଥ ଅଗ୍ରୱାଲଙ୍କ ଗଜଲଷ୍ମୀ ଷ୍ଟୋରରେ ଚଢାଉ । ଜିଏସଟି ବିଭାଗ ପକ୍ଷରୁ ଶନିବାର ସକାଳ ୧୦ଟାରେ  ଚଢ଼ାଉ କରାଯାଇଛି । ଜିଏସଟି ବିଭାଗର ବରଗଡ଼, ସମ୍ବଲପୁର ଓ ରାଉରକେଲାର ତିନୋଟି ଟିମ୍ ଏକକାଳୀନ ଗଜଲଷ୍ମୀ ଷ୍ଟୋରର ଦୋକାନ ଗୋଦାମରେ ଚଢ଼ାଉ କରିଛି । କାଗଜପତ୍ର ଯାଞ୍ଚ ସହ କ୍ରୟ ଓ ବିକ୍ରି ରେକର୍ଡ ଯାଞ୍ଚ ଚାଲିଥିବା  ସିଟି ଓ ଜିଏସଟି ବିଭାଗର ଡେପୁଟି କମିଶନର ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି । ଏବେ ମଧ୍ୟ ଯାଞ୍ଚ ଚାଲିଛି । ଏହି ଯାଞ୍ଚ ପ୍ରାୟ ରାତି ଯାଏଁ ଚାଲିବ ବୋଲି  ଜିଏସଟି ବିଭାଗର ଡେପୁଟି କମିଶନର ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.