Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

GST ଠକେଇର ଜୋରଦାର ଯାଞ୍ଚ : ଖୋର୍ଦ୍ଧା, ଭଦ୍ରକ ଓ ଭୁବନେଶ୍ବରରେ ଏକକାଳୀନ ଚଢାଉ

20/02/2020 at 2:41 PM

ଭଦ୍ରକ ୨୦।୨: GST ଠକେଇ ନେଇ ଚାଲିଛି ରେଡ୍। କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି ପକ୍ଷରୁ ଏକକାଳୀନ ଖୋର୍ଦ୍ଧା, ଭୁବନେଶ୍ବର ଭଦ୍ରକରେ ଚାଲିଛି ଚଢାଉ । ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟିଲ୍ ଫ୍ୟାକ୍ଟ୍ରି ଓ ଭୁବନେଶ୍ବର ମଞ୍ଚେଶ୍ବରରେ ଥିବା ଅଫିସରେ ଚାଲିଛି ରେଡ୍ ।

GST ଠକେଇ ନେଇ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଆରମ୍ଭ ହୋଇଛି ମାରଥନ ଆକ୍ସନ । ଗୋଟିଏ ବିଲରେ ବେଧଡକ ଟ୍ରିପ୍ ଟ୍ରିପ୍ ଲୁହା ରଡ୍ ବିକ୍ରି କରି କେମିତି ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ ଚାଲିଥିଲା ତାହା ଦେଖାଇଥିଲା ନ୍ୟୁଜ୍ ସେଭେନ । ୫ଜଣ ଗ୍ରାହକଙ୍କୁ ୫ଟ୍ରିପ୍ ଲୁହା ରଡ଼୍ କିଭଳି ବିକ୍ରି ହେଉଥିଲା ତା’ର ପ୍ରମାଣ ଦେଖାଇଥିଲା । 

ଷ୍ଟିଙ୍ଗ୍ ଅପରେସନ ପରେ କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି ଚଢାଉ କରିଛି । ଖୋର୍ଦ୍ଧା ସାରୁଅରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ ପ୍ଲାଣ୍ଟ ଉପରେ ଆଜି ଜିଏସଟି ଟିମ୍ ଚଢ଼ାଉ କରିଛି । ସେହିପରି ମଞ୍ଚେଶ୍ବରରେ ଆଉ ଏକ ଟିମ୍  ଚଢ଼ାଉ ଜାରି ରଖିଛନ୍ତି।  ୧୪ ଜଣିଆ ଟିମ୍  ଏହି ଚଢ଼ାଉ କରୁଛନ୍ତି। ସେପଟେ ଭଦ୍ରକ ସହରର ଗ୍ରାମାଞ୍ଚଳ ଥାନା ନିକଟ  ଅଫିସ ସହ ଗୁଆମାଳ, ଗଣ୍ଡପଡ଼ା ନିକଟ ଘରେ ମଧ୍ୟ ଚଢ଼ାଉ ହେଉଛି। କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି  ପକ୍ଷରୁ ମିଳିତ ଚଢ଼ାଉ କରାଯାଉଛି ।  ଉଭୟ ସ୍ଥାନରେ ୭ ଜଣିଆ ଟିମ୍  ଚଢାଉ କରିଛନ୍ତି।

   Related Posts