ହୋଲସେଲ୍ ଗୋଦାମରେ ଚଢାଉ, GST ଫାଙ୍କିବା ଅଭିଯୋଗରେ ଛାନ୍‌ଭିନ୍

Published By : Prameya-News7 Bureau | January 11, 2021 IST

କଟକ ୧୧।୧: କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗର ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଜିଏସଟି ଟିମ୍ ଚଢାଉ କରିଛି । ସେଠାରେ ଥିବା ଏକ ବଡ ହୋଲସେଲ୍ ଗୋଦାମ ଜିଏସଟି ଫାଙ୍କି ଥିବାର ଖବର ପାଇ ଜିଏସଟିର ଏକ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଟିମର ଅଧିକାରୀମାନେ ସେଠାରେ ପହଞ୍ଚି ଗୋଦାମର ଜିନିଷକୁ ତନଖି କରିବା ସହ ନଥିପତ୍ରକୁ ଯାଞ୍ଚ କରିଛନ୍ତି ।

ସେହି ଗୋଦାମରେ ସିଗାରେଟ୍, ଗୁଟଖା, ଜର୍ଦ୍ଦା, ସର୍ଫ ସହ ୪ରୁ ୫ଟି ଖାଦ୍ୟ ସମାଗ୍ରୀର ମାଲ ମହଜୁଦ ରହିଛି । ସେହି ଗୋଦାମରେ ଥିବା ମାଲ ଏବଂ ଜିଏସଟି କାଗଜପତ୍ରକୁ ଯାଞ୍ଚ କରି କେତେ ଟଙ୍କାର କେଳେଙ୍କାରୀ ହୋଇଛି ତାହାର ଖୋଳତାଡ ଜାରି ରଖିଛି । ଅପର୍ଣ୍ଣାନଗରର ଏହି ଗୋଦାମରେ ବିନା ବିଲରେ ଜିନିଷ କାରବାର ତଥା ଜିଏସଟି ଫାଙ୍କି କରି କାରବାର କରାଯାଉଥିବାର ଅଭିଯୋଗ ଜିଏସଟି ଟିମ୍ ପାଖରେ ପହଞ୍ଚିଥିଲା । ତେବେ ଆସିଥିବା ସମସ୍ତ ଅଭିଯୋଗର ଖୋଳତାଡ ଶେଷ ହେବା ପରେ ଜିଏସଟି ଟିମ୍ ଏହି ଜିଏସିଟି ଠକେଇ ବାବଦରେ ସୂଚନା ଦେବ ବୋଲି ସ୍ପଷ୍ଟ କରିଛି ଜିଏସଟି ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.