Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

୫୨୦ କୋଟିର GST ଘୋଟାଲା, ବିଧାୟକଙ୍କ ପୁଅ ସମେତ ଦୁଇ ଗିରଫ

13/11/2020 at 3:44 PM

ନୂଆଦିଲ୍ଳୀ ୧୩/୧୧: ଜିଏସ୍‌ଟି ଘୋଟଲା ମାମଲାରେ ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ପୁଅଙ୍କୁ ଗିରଫ କରାଯାଇଛି। ୫୨୦ କୋଟି ଜିଏସ୍‌ଟି ଘୋଟଲା କରିବା ଅଭିଯୋଗରେ ସୁନିଲ ହାଇଟେକ୍‌ର ମ୍ୟାନେଜିଂ ଡାଇରେକ୍ଟର ସୁନିଲ ଗୁଟ୍ଟେଙ୍କୁ ଗିରଫ କରିଛି ଜିଏସ୍‌ଟି ଇଣ୍ଟେଲିଜେନ୍ସ ମହାନିର୍ଦେଶାଳୟର ମାହାରାଷ୍ଟ୍ର ଶାଖାର ଟିମ୍‌। ସୁନିଲ ଗୁଟ୍ଟେଙ୍କ ପିତା ମହାରାଷ୍ଟ୍ରରେ ବିଧାୟକ ଅଛନ୍ତି। ସୁନିଲଙ୍କ ସମେତ ତାଙ୍କ ସହଯୋଗୀ ବିଜେନ୍ଦ୍ର ରାଙ୍କାକୁ ବି ଗିରଫ କରିଛି ଜିଏସ୍‌ଟି ଇଣ୍ଟେଲିଜେନ୍ସ ଟିମ୍‌।

ତେବେ ଏହି ଦୁଇ ଅଭିଯୁକ୍ତ ଜିଏସ୍‌ଟି ଘୋଟାଲର ମାଷ୍ଟର ମାଇଣ୍ଡ ଥିବା ଜଣାପଡ଼ିଛି। ଜିଏସ୍‌ଟି ଇଣ୍ଟେଲିଜେନ୍ସ ଟିମ୍‌ ଏବେ ଦେଶବ୍ୟାପୀ ହେଉଥିବା ଠକେଇ ଉପରେ ନଜର ରଖିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ସୂଚନା ମିଳିଛି।

ନକଲି ବିଲ୍‌ ମାଧ୍ୟମରେ ସୁନିଲ ହାଇଟେକ୍‌ ଇଞ୍ଜିନିୟର୍ସ ଇନ୍‌ପୁଟ୍‌ ଡେସ୍କ କ୍ରେଡିଟ୍‌ ହାସଲ କରିଛି। ଏହା ପରେ କୌଣସି ପ୍ରକାର ଦ୍ରବ୍ୟ ବା ସେବା ଯୋଗାଇ ଦିଆଯାଇଥିବା ନେଇ ସୂଚନା ମିଳିନାହିଁ। ଏହା ସହ କମ୍ପାନୀର କାରବାର ବଢ଼ାଇ ଦେଖାଉଥିଲେ ଅଭିଯୁକ୍ତ। ଏଭଳି ଡାଟା ଦେଖାଇ ବ୍ୟାଙ୍କରୁ ଅଧିକ ଲୋନ୍‌ ବା କ୍ରେଡିଟ୍‌ ଲିମିଟ୍‌ ପ୍ରାପ୍ତ କରୁଥିବା ନେଇ ଡିଜିଜିଆଇ ପକ୍ଷରୁ ସୂଚନା ମିଳିଛି।

ଘୋଟଲାର ମୁଖ୍ୟ ଅଭିଯୁକ୍ତ ସୁନିଲ ରତ୍ନାକର ଗୁଟ୍ଟେଙ୍କ ବାପା ରତ୍ନାକାର ଗୁଟ୍ଟେ ମହାରାଷ୍ଟ୍ରରେ ବିଧାୟକ ଅଛନ୍ତି। କମ୍ପାନୀ ସୁନିଲ ହାଇଟେକ୍‌ରେ ବି ସେ ଡାଇରେକ୍ଟର ଥିଲେ। ତାଙ୍କ ଫିଲ୍ମ ନିର୍ଦେଶକ ଭାଇ ୨୦୧୮ରେ ମିଥ୍ୟା ଜିଏସ୍‌ଟି ରିଫଣ୍ଡ ପ୍ରାପ୍ତ କରିବା ମାମଲାରେ ଗିରଫ ମଧ୍ୟ ହୋଇଥିଲେ।

ସୁନିଲଙ୍କ ବାପାଙ୍କ ନାଁରେ ବି ମାମଲା ରହିଛି। ରତ୍ନାକର ଏକ ଚିନି ମିଲ୍‌ର ମାଲିକ ଥିବା ବେଳେ ୨୦୧୭ରେ ୩୨୮ କୋଟି ଲୋନ୍‌ ଘୋଟାଲା ମାମଲରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା ପୋଲିସ। ୨୨୯୮ କୃଷକଙ୍କ ନାଁ ଦେଇ ଲୋନ୍‌ ନେଇଥିଲେ ରତ୍ନାକର। ତେବେ ସେମାନଙ୍କ ମଧ୍ୟରୁ ଅନେକ କୃଷକଙ୍କ ମୃତ୍ୟୁ ହୋଇସାରିଛି।  

   Related Posts