ବଡଧରଣର ଜିଏସଟି ଠକେଇ ଅଭିଯୋଗ, ଡି.ଡି. ବିଲ୍ଡର ଲିଃରେ ଚଢାଉ

Published By : Prameya-News7 Bureau | March 12, 2021 IST

କଳାହାଣ୍ଡି ୧୨।୩: ବଡଧରଣର ଜିଏସଟି ଠକେଇ ଅଭିଯୋଗ । ଡ଼ି.ଡ଼ି ବିଲ୍ଡର ଲିଃର ୪ଟି ସ୍ଥାନରେ ବାଣିଜ୍ୟକର ବିଭାଗ ଚଢାଉ କରିଛି । ଏକାକାଳୀନ ୪ଟି ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବା ଜଣାପଡିଛି । ଢେଙ୍କାନାଳର ଜିରିଡାମାଳି, ଭୁବନେଶ୍ବରର ବିଜେବି ନଗର, ବୋରିଗୁମ୍ମାର ଗୁମ୍ମା ଓ କଳାହାଣ୍ଡି କେସିଙ୍ଗା ଛେନାଗାଁରେ ଏକକାଳୀନ ଚଢ଼ାଉ ଜାରି ରଖିଛନ୍ତି ବାଣିଜ୍ୟକର ବିଭାଗର ଅଧିକାରୀ ।

{"id":421844,"sizeSlug":"large","linkDestination":"none"}

କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ଭବାନୀପାଟଣାର ୪ ଗୋଟି ସ୍ଥାନର ବାଣିଜ୍ୟକର ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଜିଏସଟି ଠକେଇ ତଥା ଜାଲ୍ ଇନଭଏସ ଦାଖଲ ଅଭିଯୋଗରେ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଯାଞ୍ଚ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.