ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଚଢାଉ, ଆଦାୟ ହେଲା ଫାଇନ୍

Published By : Prameya-News7 Bureau | November 01, 2021 IST

କଳାହାଣ୍ଡି ୧।୧୧: ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଚଢାଉ । ଥ୍ରେସର ବୋଝେଇ ଟ୍ରେଲରୁ ଆଦାୟ ହେଲା ଫାଇନ୍ ।

{"id":536600,"width":755,"height":415,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ଛତିଶଗଡ ରାୟପୁର ସ୍ଥିତ ଗୁରୁନାନକ ଇଂଜିନିୟରିଂ ୱାର୍କରୁ କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ଥିବା ଈଶ୍ବରୀ ସେଲ୍ସକୁ ୧୦ଟି ଥ୍ରେସର (ଧାନ ଅମଳ ପରେ ସଫା କରିବା ଯନ୍ତ୍ର) ବୋଝେଇ ଟ୍ରେଲର ଆସୁଥିବା ବେଳେ କର୍ଲାପଡାଠାରେ ଚଢାଉ କରାଯାଇଥିଲା । କଳାହାଣ୍ଡି ବାଣିଜ୍ୟକର ବିଭାଗର ପାଟ୍ରୋଲିଂ ଟିମ୍ ତରଫରୁ ଏହି ଚଢାଉ କରାଯାଇଥିଲା । ଫାଇନ୍ ଆକଳନ ଏପର୍ଯ୍ୟନ୍ତ ହୋଇ ନଥିବା ବାଣିଜ୍ୟକର ଅଧିକାରୀ ସମୀର କୁମାର ମାଝୀ ସୂଚନା ଦେଇଛନ୍ତି ।

{"id":536601,"width":753,"height":414,"sizeSlug":"full","linkDestination":"none"}

ଈଶ୍ବରୀ ସେଲ୍ସକୁ ଗୋଟିଏ ୱେ ବିଲରେ ୧୦ଟି ଥ୍ରେସର ଆସୁଥିଲା ।  ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକା ହେବ । ଯାହାର ୱେ ବିଲର ଟିକସ ବାବଦକୁ ୩ ଲକ୍ଷରୁ ଅଧିକା ଟଙ୍କା ହେବ । ଏହା ଟିକସ ଫାଙ୍କି ଆସୁଥିବା ବେଳେ ପାଟ୍ରୋଲିଂ ଟିମ୍ ଚଢାଉ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.