ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ବରପାଲି ବିକାଶ ଟ୍ରେଡିଂ କମ୍ପାନୀରେ ଜିଏସ୍‌ଟି ଚଢାଉ

Published By : Prameya-News7 Bureau | December 08, 2021 IST

ବରଗଡ ୮।୧୨: ବରଗଡ ଜିଲ୍ଲା ବରପାଲି ରେଲୱେ ଷ୍ଟେସନ ରୋଡ଼ ଓଭରବ୍ରିଜ ନିକଟରେ ଥିବା ବିକାଶ ଟ୍ରେଡିଂ କମ୍ପାନୀରେ ଜିଏସଟି ଚଢ଼ାଉ । ଜିଏସଟି ଫାଙ୍କିବା ଅଭିଯୋଗରେ ସମ୍ବଲପୁର ଓ ବରଗଡ଼ର ୫ ଜଣିଆ  ଜିଏସଟି ଟିମ୍ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଥିବାବେଳେ ଚଢ଼ାଉରେ ଡେପୁଟି କମିଶନର ରଜନୀକାନ୍ତ ସେଠ ଓ ସିଟି ଜିଏସଟି ଅଫିସର ଦୀନେଶ ବାଗ ପ୍ରମୁଖ ସାମିଲ ହୋଇଥିଲେ ।

ଏହି ଟିମ୍  କମ୍ପାନୀର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ମାଲିକ ବିକାଶ ଅଗ୍ରୱାଲଙ୍କୁ ଅଧିକ ପଚରା ଉଚରା କରି ଏହାର ଅଧିକ ତଦନ୍ତ ଜାରି ରଖିଛି । ତେବେ କମ୍ପାନୀ ଭିତରେ ଲୁହାଛଡ଼, ସିମେଣ୍ଟ ପରି ବହୁ ଜିନିଷ ଭର୍ତ୍ତି ଥିବାବେଳେ ଏହାର ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି କହିଛନ୍ତି ଜିଏସଟି ଡେପୁଟି କମିଶନର ରଜନୀକାନ୍ତ ସେଠ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.